କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର, ବାବା ଆଖଣ୍ଡଳମଣି ପୀଠରେ ଶତାଧିକ ଭକ୍ତଙ୍କ ସମାଗମ - ବାବା ଆଖଣ୍ଡଳମଣି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/06-11-2023/640-480-19958298-thumbnail-16x9-a.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 6, 2023, 7:38 PM IST
ଭଦ୍ରକ: ଆଜି ପବିତ୍ର ଧର୍ମର ମାସ କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର । ଏହି ଅବସରରେ ଭଦ୍ରକ ଜିଲ୍ଲାରେ ଅବସ୍ଥିତ ରାଜ୍ଯର ପ୍ରମୁଖ ଶୈବ ପୀଠ ବାବା ଆଖଣ୍ଡଳମଣି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଆଜି ଭୋର 5 ଟାରେ ମନ୍ଦିରର ଦ୍ବାର ଫିଟା ଯିବା ପୂଜା ସହ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ଆଦି ନୀତି କାନ୍ତି ସମ୍ପନ୍ନ କରାଯାଇ ମଣି ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଛିତ କରାଯାଇଥିଲା । ଏହାପରେ ପହିଲି ବାଲ୍ ଭୋଗ ଲାଗି କରାଯାଥିଲା।
ଏହାମଧ୍ୟ ପଢନ୍ତୁ..କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ବାବା ଧବଳେଶ୍ବରଙ୍କ ପୀଠରେ ଖଚାଖଚ ଭିଡ଼
ମଧ୍ଯାହ୍ନ ସୁଦ୍ଧା ସମସ୍ତ ସକାଳ ନୀତି କାନ୍ତି ସମ୍ପନ୍ନ ହେବା ପରେ ମଣି ବାବାଙ୍କୁ ରୌପ୍ୟ ଅଳଙ୍କାର ଏବଂ ଫୁଲ ବେଲ୍ବ ପତ୍ର ଆଦି ଲାଗି କରାଯାଇ ବଡ ସିଂହାର ବେଶରେ ସଜ୍ଛିତ କରାଯାଇଛି। ଶ୍ରଦ୍ଧାଳୁ ଏବଂ କାର୍ତ୍ତିକ ବ୍ରତଧାରୀମାନେ ସକାଳ 5 ଟାଠାରୁ ରାତ୍ର 9ଟା ପର୍ଯ୍ୟନ୍ତ ଧାଡିରେ ଯାଇ ମଣିବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର ବ୍ଯବସ୍ଥା କରାଯାଇଛି। ସଂଧ୍ଯାରେ ଷୋଡଷ ଉପଚାର ପୂଜା ସହ ରାତି 10 ଟାରେ ବାଟୁଳା ନୀତି କରାଯାଇ ପହୁଡ କରାଯିବ । ତେବେ ଏକମାସ ଧରି ଏହି ନୀତିକାନ୍ତି କରାଯିବା ନେଇ ମନ୍ଦିର ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଏହି ଧର୍ମ ମାସରେ ଆଖଣ୍ଡଳମଣି ବାବାଙ୍କ ଦର୍ଶନ ଲାଗି ରାଜ୍ଯ ତଥା ରାଜ୍ଯ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଇଟିଭି ଭାରତ, ଭଦ୍ରକ