Ganga Snan on Vaisakhi: ଚଳଚଞ୍ଚଳ ହରିଦ୍ବାର, ଗଙ୍ଗା ସ୍ନାନ କରି ପୂଣ୍ୟ ପ୍ରାପ୍ତି କରୁଛନ୍ତି ଶ୍ରଦ୍ଧାଳୁ - ହରିଦ୍ବାରରେ ଗଙ୍ଗା ସ୍ନାନ ପାଇଁ ଭିଡ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18250345-thumbnail-16x9-ut.jpg)
ଡେରାଡୁନ: ଉତ୍ତରଖଣ୍ଡର ଧର୍ମନଗରୀ ହରିଦ୍ବାର ବୈଶାଖୀ ପର୍ବକୁ ନେଇ ଚଳଚଞ୍ଚଳ ରହିଛି । ବୈଶାଖୀରେ ଗଙ୍ଗା ସ୍ନାନ ପାଇଁ ଶ୍ରଦ୍ଧାଳୁ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରକୀ ପୌରୀ ସମେତ ବିଭିନ୍ନ ଗଙ୍ଗାଘାଟରେ ଆଜି ସକାଳୁ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି । ସାରା ଦେଶରୁ ଶ୍ରଦ୍ଧାଳୁମାନେ ଆସି ପୂଣ୍ୟତୋୟା ଗଙ୍ଗାରେ ସ୍ନାନ କରି ଦାନ ପୂଣ୍ୟ କରୁଛନ୍ତି । ଏଥିପାଇଁ ଘାଟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ବୈଶାଖୀ ପର୍ବ ସମୟରେ ଗହମ ଫସଲ ଅମଳକ୍ଷମ ହୋଇଥାଏ । ଚାଷୀ ଫସଲ ଅମଳ କରି ଘରକୁ ଆଣିଥାଏ । ଏହି ପର୍ବକୁ ହିନ୍ଦୁ ଓ ପଞ୍ଜାବୀ ସମୁଦାୟ ଖୁବ୍ ଧୁମଧାମରେ ପାଳନ କରନ୍ତି । ବୈଶାଖୀରେ ଗଙ୍ଗା ସ୍ନାନର ବିଶେଷ ମହତ୍ତ୍ବ ରହିଛି । ଏଥିପାଇଁ ହରିଦ୍ବାରରେ ବୈଶାଖୀ ପାଇଁ ପ୍ରବଳ ଜନସମାଗମ ହୋଇଛି । ଏଠାରେ ଗଙ୍ଗା ସ୍ନାନ କରୁଥିବା ଶ୍ରଦ୍ଧାଳୁମାନେ କହିଛନ୍ତି, ସେମାନେ ବର୍ଷା ସାରା ଏହି ପବିତ୍ର ଦିନକୁ ଅପେକ୍ଷା କରିଥାନ୍ତି ଏବଂ ସ୍ନାନ କରି ପୂର୍ଣ୍ଣ ଅର୍ଜନ କରନ୍ତି ।
ବିଶ୍ବାସ ରହିଛି, ବୈଶାଖୀରେ ଗଙ୍ଗା ସ୍ନାନ କଲେ ମାଆ ଗଙ୍ଗାଙ୍କ ଅପାର କୃପା ଲାଭ ହୋଇଥାଏ ଓ ସୁଖ-ସମୃଦ୍ଧି ମିଳିଥାଏ । ପଣ୍ଡିତ କହୁନ୍ତି ବୈଶାଖ ମାସ ଅତ୍ୟନ୍ତ ପୂଣ୍ୟଦାୟିନୀ ଏବଂ ଭଗବାନଙ୍କ ପ୍ରିୟ ଅଟେ । ପ୍ରତିପଦା ଠାରୁ ଆରମ୍ଭ କରି ଅମାବାସ୍ୟା ଯାଏଁ ବୈଶାଖୀରେ ତୀର୍ଥଯାତ୍ରା କରି ଗଙ୍ଗା ସ୍ନାନ କଲେ ପୂଣ୍ୟ ମିଳିଥାଏ । ଯେଉଁମାନେ ଗଙ୍ଗା ସ୍ନାନ ପାଇଁ ଆସିପାରୁ ନାହାନ୍ତି, ସେମାନେ ଘରେ ପାଣିରେ ତୁଳସୀ ପତ୍ର ପକାଇ ମାଆ ଗଙ୍ଗାଙ୍କୁ ଧ୍ୟାନ କରି ସ୍ନାନ କରିପାରିବେ । ଏପରି କଲେ ହରକୀ ପୌରୀ ବ୍ରହ୍ମକୁଣ୍ଡରେ ସ୍ନାନ କରିବା ଭଳି ଫଳ ପ୍ରାପ୍ତ ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ