ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ଇସ୍ପାତ ନଗରୀ - ଆଜି ପବିତ୍ର ମକର ସଂକ୍ରାନ୍ତି
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 15, 2024, 2:48 PM IST
Makar Sankranti:ରାଉରକେଲା: ଆଜି ପବିତ୍ର ମକର ସଂକ୍ରାନ୍ତି । ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ଧୁମଧାମରେ ମକର ସଂକ୍ରାନ୍ତି ପାଳନ କରୁଛନ୍ତି ରାଉରକେଲାବାସୀ । ମକର ସଂକ୍ରାନ୍ତି ସାଙ୍ଗକୁ ସୋମବାର ହୋଇଥିବାରୁ ଆଜି ରାଉରକେଲାର ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିବା ବେଳେ ହନୁମାନ ବଟିକାରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ଲାଗି ଭିଡ଼ ଦେଖିବାକୁ ମିଳିଛି। ଦୀପ, ଧୂପ, ଫୁଲ, ଫଳ, ଚନ୍ଦନ ନେଇ ମନ୍ଦିର ଯାଇ ଦର୍ଶନ କରୁଛନ୍ତି ରାଉରକେଲାବାସୀ । ଆଜିର ମକର ସଂକ୍ରାନ୍ତିରୁ ସୂର୍ଯ୍ୟ ଦେବତାଙ୍କ ଉତ୍ତରାୟଣ ଗତି ହୋଇଥାଏ । ଆଜି ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ । ଏନେଇ ଆଜି ସକାଳୁ ମନ୍ଦିରରେ ଭିଡ଼ ଲାଗିଥିଲା । ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ କରିଥିଲେ । ଏହାକୁ ନେଇ ଆଜି ରାଉରକେଲା ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ପ୍ରକାଶ ଥାଉକି, ମକର ସଂକ୍ରାନ୍ତିଠାରୁ ଦିନ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୋଇଥାଏ । ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ସମ୍ପ୍ରଦାୟ ଏହି ଦିନ ପୂଜାର୍ଚ୍ଚନା କରନ୍ତି ।
ଏହା ମଧ୍ୟ ପଢନ୍ତୁ- ହଟକେଶ୍ବରରେ ମକର ମେଳା ଆରମ୍ଭ, ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜନ୍ତି ମହିଳା
ଇଟିଭି ଭାରତ, ରାଉରକେଲା