Rath Yatra: ବଡ଼ଦାଣ୍ଡରେ ହନୁମାନ ଓ ଶିବ ବେଶରେ ନୃତ୍ୟ ପରିବେଷଣ କରୁଛନ୍ତି ଭକ୍ତ - artistes perform dance at puri

🎬 Watch Now: Feature Video

thumbnail

By

Published : Jun 20, 2023, 12:08 PM IST

Updated : Jun 20, 2023, 12:19 PM IST

ପୁରୀ: ଘୋଷଯାତ୍ରାରେ ଦୁଲୁକୁଛି ଶ୍ରୀକ୍ଷେତ୍ର । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ପାରମ୍ପରିକ ବାଦ୍ୟ ଯନ୍ତ୍ର ସାଙ୍ଗକୁ ନୃତ୍ୟ ପରିବେଷଣ କରୁଛନ୍ତି ନୃତ୍ୟଶିଳ୍ପୀ ।  ହନୁମାନ ବେଶ ଧାରଣ କରି ବଡଦାଣ୍ଡରେ ନୃତ୍ୟ କରୁଛନ୍ତି ଜଣେ ଭକ୍ତ । ଗତ 15 ବର୍ଷ ହେଲା ସେ ରଥଯାତ୍ରାରେ ବନୁବେଶରେ ନୃତ୍ୟ କରିଆସୁଛନ୍ତି । ଭଗବାନଙ୍କ ନିକଟରେ ନୃତ୍ୟ କରି ବହୁତ ଖୁସି ଥିବା କହିଛନ୍ତି ଭକ୍ତ ଜଣଙ୍କ । ଅନ୍ୟ ଜଣେ ଭକ୍ତ ଶିବଙ୍କ ବେଶ ଧାରଣ କରି ବଡଦାଣ୍ଡରେ ନୃତ୍ୟ କରୁଛନ୍ତି । କିଛି ଓଡ଼ିଶୀ ନୃତ୍ୟଶିଳ୍ପୀ ମଧ୍ୟ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜିଉଙ୍କ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ମୁଣ୍ଡରେ ଟାହିଆ ଲଗାଇ ଝୁଲିଝୁଲି ଆସି ରଥାରୂଢ଼ ହୋଇଥିଲେ ତିନି ଠାକୁର । ରଥରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଆମ ମାତ୍ର କିଛି ସମୟର ଅପେକ୍ଷା । ରଥରେ ପୂଜାର୍ଚ୍ଚନା ପରେ ଅପରାହ୍ନରେ ଆରମ୍ଭ ହେବା ରଥଟଣା ।

ଇଟିଭି ଭାରତ, ପୁରୀ

Last Updated : Jun 20, 2023, 12:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.