thumbnail

କାଳିଆର କୁନି ରଥ; 5 ଇଞ୍ଚର କ୍ଷୁଦ୍ରରଥ ମହାପ୍ରଭୁଙ୍କୁ ସମର୍ପଣ କଲେ ଭକ୍ତ

By

Published : Jun 20, 2023, 3:36 PM IST

Updated : Jun 20, 2023, 4:26 PM IST

ପୁରୀ: ଆଜି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ବଡଦାଣ୍ଡକୁ ଛୁଟି ଆସିଛନ୍ତି । ବର୍ଷକ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ସେହିପରି ବ୍ରହ୍ମପୁରର ଯିବଶିଳ୍ପୀ କେ. ବିଜୟ କୁମାର ରେଡ୍ଡୀ ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ନିର୍ମାଣ କରିଥିବା 5 ଇଞ୍ଚ ଉଚ୍ଚତାର ଏକ କ୍ଷୁଦ୍ର ରଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । କାଗଜ ତିଆରି କରିଥିବା ଏହି କ୍ଷୁଦ୍ର ରଥକୁ ସେ ବଡ଼ଦାଣ୍ଡରେ ରଖି ମହାପ୍ରଭୁଙ୍କୁ ସମର୍ପଣ କରିଚନ୍ତି । ଆଜି ଭଳି ଦିନରେ କାଳିଆର ବଡ଼ଦାଣ୍ଡରେ ସେ ତିଆରି କରିଥିବା ରଥକୁ ଚଲାଇବାର ଅନୁମତି ମିଳିଥିବାରୁ ପୁରୀ ପ୍ରଶାସନକୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି । ମହାପ୍ରଭୁଙ୍କୁ ରଥ ଯାତ୍ରାରେ ପୁରୀ ଆସିବାର ସୁଯୋଗ ପାଇବା ସହ ତାଙ୍କ ଦର୍ଶନ ଲାଭ କରିଥିବାରୁ ଭାବ ବିହ୍ବଳିତ ହୋଇଛନ୍ତି ବିଜୟ ।
 

ଇଟିଭି ଭାରତ, ପୁରୀ 

Last Updated : Jun 20, 2023, 4:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.