ରାଉରକେଲାରେ ଘନ କୁହୁଡ଼ି, ଜୀବନ ଯାତ୍ରା ପ୍ରଭାବିତ - ରାଉରକେଲା ପାଣିପାଗ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 10, 2024, 3:15 PM IST

Dense fog in Rourkela: ରାଉରକେଲା: ରାଉରକେଲା ସହରରେ ସକାଳ ସମୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ସକାଳୁ 9ଟା ପର୍ଯ୍ୟନ୍ତ ପାଗ କୁହୁଡ଼ିମୟ ରହୁଛି । ଦିନ 11ଟା ପରେ ପାଗରେ ପରିବର୍ତ୍ତନ ଆସୁଛି । କୁହୁଡି ଯୋଗୁଁ ଦୂରତା ଦୃଶ୍ୟମାନର ଦୂରତା ମାତ୍ର ୫୦ରୁ ୨୦୦ ମିଟର ମଧ୍ୟରେ ରହୁଛି । ଯେଉଁଥିପାଇଁ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ସକାଳ ସମୟରେ ଗାଡ଼ି ମୋଟର ଚଳାଚଳ କିମ୍ବା ଯାତାୟତ ଏକପ୍ରକାର ଠପ୍ ହୋଇଯାଉଛି । 

ଏହାମଧ୍ୟ ପଢନ୍ତୁ.. ଘନ କୁହୁଡି ସାଜିବନି ବିମାନ ଲ୍ୟାଣ୍ଡିଙ୍ଗରେ ବାଧକ, ଭୁବନେଶ୍ବର ଏୟାରପୋର୍ଟରେ ହେବ କ୍ୟାଟ-2 ଭିଜନ

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବ । ଦୃଶ୍ୟମାନର ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ । କେତେକ ସ୍ଥାନରେ ଆହୁରି କମ୍‌ ରହିପାରେ । ବୁଧବାର ଭୋର ସମୟରେ ୨୨ ଜିଲ୍ଲା ଯଥା ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀରରେ ମଧ୍ୟମରୁ ଘନ କୁହୁଡ଼ି ହୋଇପାରେ । ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗୁରୁବାର ମଧ୍ୟ ଉପକୂଳ ଓଡ଼ିଶା ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ତେବେ ଗତ ୧୦ ଦିନ ହେବ ରାଉରକେଲାରେ ଏଭଳି ସ୍ଥିତି ଲାଗି ରହିଛି । 

 ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.