ଦିଲ୍ଲୀରେ ବୋମା ଭୟରେ ଖାଲି ହେଲା ସ୍କୁଲ, ପରେ ଜଣାପଡିଲା ଗୁଜବ

By

Published : Apr 12, 2023, 8:32 PM IST

thumbnail

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସାଦ୍ଦିକ ନଗରରେ ଥିବା ଏକ ଘରୋଇ ସ୍କୁଲରେ ବୋମା ଥିବା ସୂଚନା ମିଳିବା ପରେ ହାଇଆଲର୍ଟ ଜାରି ହୋଇଥିଲା । ତୁରନ୍ତ ପ୍ରଶାସନକୁ ଖବର ଦେବା ସହ ସମ୍ପୂର୍ଣ୍ଣ ସ୍କୁଲ ହତାକୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି ମଧ୍ୟ କରାଗଲା । ଖବର ପାଇ ପୋଲିସ ଫୋର୍ସ ସମସ୍ତ ପ୍ରସ୍ତୁତି ସହ ସ୍କୁଲରେ ପହଞ୍ଚିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ବୋମା ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହେଲା । ହେଲେ ଦୀର୍ଘ କେଇ ଘଣ୍ଟାର ତନ୍ନତନ୍ନ ଯାଞ୍ଚ ପରେ ମଧ୍ୟ ବୋମାର ସନ୍ଧାନ ମିଳିନଥିଲା । ପରେ ଏହା ଏକ ଗୁଜବ ବୋଲି ସ୍ପଷ୍ଟ ହୋଇଛି ।

ପୂର୍ବାହ୍ନରେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟକୁ କ୍ୟାମ୍ପସରେ ବୋମା ରଖାଯାଇଥିବା ନେଇ ଏକ ଧମକପୂର୍ଣ୍ଣ ମେଲ୍‌ ଆସିବା ପରେ ଏପରି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଏହା ଏକ ଗୁଜବ ବୋଲି ସ୍ପଷ୍ଟ ହେବା ପରେ, ଆସିଥିବା ମେଲ୍‌କୁ ଯାଞ୍ଚ କରି ଅଭିଯୁକ୍ତ ନିକଟରେ ପହଞ୍ଚିବାକୁ ପୋଲିସ ଉଦ୍ୟମ ଜାରି ରଖିଛି । କିପରି ଥିଲା ସ୍କୁଲରେ ସ୍ଥିତି, ଦେଖନ୍ତୁ ଭିଡିଓ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.