ଦିଲ୍ଲୀ ମେଟ୍ରୋରେ ଜବାନ ଫିଲ୍ମ ଲୁକରେ ଯୁବତୀଙ୍କ ଡାନ୍ସ, ଭିଡ଼ିଓ ଭାଇରାଲ - ଶାହାରୁଖଙ୍କ ଜବାନ ମୁଭି ଲୁକରେ ଯୁବତୀଙ୍କ ଡାନ୍ସ
🎬 Watch Now: Feature Video

Published : Sep 30, 2023, 10:52 PM IST
ନୂଆଦିଲ୍ଲୀ: ମେଟ୍ରୋରେ ଡାନ୍ସ, ଝଗଡ଼ା ଏବଂ ରୋମାନ୍ସ ଭିଡିଓ ଭାଇରାଲ ହେଇଥିବା ବେଲେ ଏବେ ପୁଣିଥରେ ଦିଲ୍ଲୀ ମେଟ୍ରୋରେ ଏକ ଭିଡ଼ିଓ ସେସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏଥର ମୋଟ୍ରୋର କୋଚ ଭିତରେ ଜଣେ ଯୁବତୀ ଜବାନ ଫିଲ୍ମର ଶାହାରୁଖ ଖାନଙ୍କ ଲୁକରେ ଆସି ନାଚ କରିଥିବାର ନଜର ଆସୁଛନ୍ତି।
ତେବେ ପୂର୍ବରୁ ପୁଅମାନେ ଶାହାରୁଖଙ୍କ ଜବାନ ମୁଭି ଲୁକରେ ନଜର ଆସୁଥୁବା ବେଳେ ଏବେ ପ୍ରଥମ ଥର ପାଇଁ ଜଣେ ଯୁବତୀଙ୍କୁ ଏହି ଲୁକରେ ଦଖିବାକୁ ମିଳିଛି। ତେବେ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଯୁବତୀ ଜଣଙ୍କ ' ବେକରାର କରକେ ହମେ ୟୁ ନା ଜାଇଏ ' ଗୀତରେ ନାଚ କରୁଛନ୍ତି । ତେବେ ଭିଡ଼ିଓକୁ ଲୋକମାନେ ବହୁତ ପସନ୍ଦ କରୁଥିବା ବେଳେ ଏହାକୁ ସେୟାର ମଧ୍ୟ କରୁଛନ୍ତି। ତେବେ ଏହି ଭିଡ଼ିଓଟି ସହେଲି ରୁଦ୍ର ନାମକ ଏକ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଯୁବତୀ ଜଣଙ୍କ ମେଟ୍ରୋରେ ନାଚ କରିଥିବା ବେଳର ଭିଡ଼ିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ....Ganesh Visarjan: ହାଇଦ୍ରାବାଦ ପୋଲିସ କର୍ମଚାରୀଙ୍କ ଜବରଦସ୍ତ ଡାନ୍ସ, ଭିଡିଓ ଭାଇରାଲ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ