ପୁଣି ଚର୍ଚ୍ଚାରେ ଦିଲ୍ଲୀ ମେଟ୍ରୋ, ନାଚି ନାଚି ରିଲ୍ସ କଲେ କାଉଡିଆ

By

Published : Jul 5, 2023, 8:07 PM IST

thumbnail

ନୂଆଦିଲ୍ଲୀ: ଅନେକ ସମୟରେ ଭିନ୍ନ ଭିନ୍ନ ଖବର ପାଇଁ ଚର୍ଚ୍ଚାରେ ଥିବା ଦିଲ୍ଲୀ ମେଟ୍ରୋରେ ଆଜି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି।  ଦିଲ୍ଲୀ ମେଟ୍ରୋ ଭିତରେ ଶିବ ଶମ୍ଭୁ ଗୀତରେ ନାଚିବା ସହ ରିଲ୍ସ କରିଛନ୍ତି କାଉଡିଆ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।  ତେବେ ଶ୍ରାବଣ ମାସ ଆରମ୍ଭ ହୋଇସାରିଥିବାରୁ ମାନସିକ ପୂରଣ ପାଇଁ କାଉଡିଆମାନେ ଜଳ ନେଇ ଶୈବାଳୟକୁ ଯାଉଥିବା ଦେଖିବାକୁ ମିଳୁଛି। ଏହାରି ଭିତରେ ଦିଲ୍ଲୀ ମେଟ୍ରୋରେ ମଧ୍ୟ ଭଗବା ପୋଷାକ ଧାରଣ କରିଥିବା କେତେଜଣ ଭକ୍ତ ଜୋରଦାର ନାଚ ଗୀତ କରୁଥିବା ଦେଖିବାକୁ ମିଳିଛି।  

ପୂର୍ବରୁ ଜଣେ ଯୁବତୀ ବିବାଦୀୟ ପୋଷାକ ପିନ୍ଧିବାର ଖବରକୁ ନେଇ ଚର୍ଚ୍ଚାରେ ରହିଥିଲା ଦିଲ୍ଲୀ ମେଟ୍ରୋ। କିଛି ଦିନ ପୂର୍ବେ ଦୁଇ ପ୍ରେମୀ ଯୁଗଳଙ୍କ ଆଚରଣକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ପୁଣି ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ "ଯାହା ହେଉ କିଛି ଭଲ ଦୃଶ୍ୟ ଦେଖିବାକୁ ମିଳିଲା" ବୋଲି ଲେଖି କମେଣ୍ଟ କରିଛନ୍ତି ୟୁଜର୍ସ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.