ଉତ୍ତରାଖଣ୍ଡରେ ଜଳ ପ୍ରଳୟ: ଭୁଶୁଡିଲା ଡିଫେନ୍ସ କଲେଜ, ଭାସିଗଲା ଯାନବାହନ - heavy rain in uttarakhand
🎬 Watch Now: Feature Video
ଡେରାଡୁନ: ଲଗାଣ ବର୍ଷା ଫଳରେ ଉତ୍ତରାଖଣ୍ଡରେ ଭୟଙ୍କର ସ୍ଥିତି ଉପୁଜିଛି । ନଦୀମାନଙ୍କର ଜଳସ୍ତର ବୃଦ୍ଧି ପାଇ ଉପୁଜିଥିବା ବନ୍ୟା କାରଣରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଏହାରି ଭିତରେ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ମାଲଦେବତା ଅଞ୍ଚଳରେ ଥିବା ଏକ ଡିଫେନ୍ସ କଲେଜର ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ଖାଲି ସେତିକି ନୁହେଁ, ଜଳର ସ୍ରୋତ ପ୍ରଖର ଥିବାବେଳେ ଅଞ୍ଚଳରେ ଥିବା ପାର୍କିଂ ସ୍ଥାନଗୁଡିକରେ ରହିଥିବା ଗାଡି ଗୁଡ଼ିକ ମଧ୍ୟ ଭାସି ଯାଇଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ...Shimla Landslide: ଭୂସ୍ଖଳନରେ ଭୁଶୁଡିଲା ଶିବ ମନ୍ଦିର, 9 ମୃତ ଫସିଛନ୍ତି 30 ଶ୍ରଦ୍ଧାଳୁ
ଗତ ବର୍ଷ ମଧ୍ୟ ମୌସୁମୀର ଆଗମନ ପରେ ଉତ୍ତରାଖଣ୍ଡର ସ୍ଥିିତି ସଙ୍ଗୀନ ରହିଥିଲା । ଚଳିତ ବର୍ଷ ପ୍ରବଳ ବର୍ଷାରେ ଭୟଙ୍କର ସ୍ଥିତି ଉପୁଜିଥିବାବେଳେ ଭୟଭୀତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ । ସେପଟେ ଆଜି ଉତ୍ତରାଖଣ୍ଡପର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଆସନ୍ତା 24ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ 17 ଅଗଷ୍ଟ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଜାରି ରହିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।