ETV Bharat / state

ହଟିଲା କର୍ଫ୍ୟୁ, ତୃତୀୟ ଲାଇନ ରେଳ ଧାରଣା ପାଇଁ ଜବର ଦଖଲ ଉଚ୍ଛେଦ - BALASORE CURFEW REVOKED

ବାଲେଶ୍ୱରରେ ରେଳ ଟ୍ରାକ ପାଇଁ ଜବର ଦଖଲ ଉଚ୍ଛେଦ, ଭୂମି ବନ୍ଦୋବସ୍ତ ଆଇନ ଅନୁସାରେ ଥଇଥାନ କରାଯିବା ନେଇ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା

curfew imposed ahead of Railway land eviction in Balasore
curfew imposed ahead of Railway land eviction in Balasore (ETV Bharat Odisha)
author img

By ETV Bharat Odisha Team

Published : Jan 11, 2025, 8:28 PM IST

ବାଲେଶ୍ୱର: ରେଳ ଟ୍ରାକ ପାଇଁ ହଟିଲା ଜବର ଦଖଲ । ବାଲେଶ୍ୱର ଜିଲ୍ଲାରେ ରେଳ ଟ୍ରାକ ତୃତୀୟ ଲାଇନ କାର୍ଯ୍ୟ ଆରମ୍ଭ ପାଇଁ ସହରରୁ ରେଳ ପାର୍ଶ୍ଵରେ ଥିବା ଜବର ଦଖଲ ହଟାଇଛି ଜିଲ୍ଲା ପ୍ରଶାସନ । ଦୁଇଦିନ ଧରି ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବାକୁ ଥିବା ବେଳେ ପ୍ରଥମ ଦିନରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ । ଉଚ୍ଛେଦ ପ୍ରକ୍ରିୟା ସୁରୁଖୁରୁରେ ତ୍ୱରାନ୍ନିତ କରିବା ପାଇଁ ଦୁଇଦିନ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ଆଜି କର୍ଫ୍ୟୁ ମଧ୍ୟ ହଟାଯାଇଛି ।

ହଟିଲା କର୍ଫ୍ୟୁ:

ହଟିଲା କର୍ଫ୍ୟୁ (ETV Bharat Odisha)

ରେଳ ଧାରଣା ପାଇଁ ଉଚ୍ଛେଦ ବେଳେ ଯେପରି କୌଣସି ଅପ୍ରିତିକର ସ୍ଥିତି ନ ଉପୁଜେ ସେଥିପାଇଁ ବାଲେଶ୍ୱର ସହରର ଅରଡବଜାର ଠାରୁ ପରିବା ମାର୍କେଟ ଅଞ୍ଚଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା । ଏହି ଅଞ୍ଚଳରେ ଏକାଧିକ ବ୍ୟକ୍ତି ଏକତ୍ରିତ ହେବା, ସଭା, ରାଲି ଉପରେ ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଥିଲା । ହରିପୁରରୁ ଦର୍ଜିପୋଖରୀ, କସିମିଳା ଠାରୁ ଫୁଲାଡି, ନୂଆବଜାର ରେଳ ଫାଟକରୁ ଗୋପାଳପୁର ଓ ପରିବା ମାର୍କେଟ ପର୍ଯ୍ୟନ୍ତ ଶନିବାର, ରବିବାର ସକାଳ 4ଟାରୁ ରାତି 10ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ନେଇ ଘୋଷଣା କରାଯାଇଥିଲା । ହେଲେ ବର୍ତ୍ତମାନ ସ୍ଥିତି ଦେଖି ଏହି କର୍ଫ୍ୟୁ ହଟାଯାଇଛି ।

ହଟିଲା କର୍ଫ୍ୟୁ
ହଟିଲା କର୍ଫ୍ୟୁ (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ଜବରଦଖଲ ଜମିରେ ଥିବା ଅଟାଳିକାରେ ଚଢିବ ବୁଲଡୋଜର: ରାଜସ୍ୱ ମନ୍ତ୍ରୀ

ଜବର ଦଖଲ ଜମିରେ ଚାଲିବ ବୁଲଡୋଜର: ରାଜସ୍ବ ମନ୍ତ୍ରୀ

ପୁରୀ ବେଳାଭୂମିରେ ବୁଲିଲା ବୋଲଡୋଜର, ଉଚ୍ଛେଦ ହେଲା ବେଆଇନ୍ ପ୍ଲଟିଂ ଓ ଗୃହ ନିର୍ମାଣ - Puri Sea Beach Illegal Plotting

ଓଡ଼ିଶାରେ ୟୁପି ମଡେଲ, ମୁଖ୍ୟମନ୍ତ୍ରୀ ମୋହନ ସରକାରରେ ବୁଲିଲା ବୁଲଜୋଡର, ଓ୍ୱାର୍ଣ୍ଣିଂର ୨୪ ଘଣ୍ଟାରେ ମାଟିରେ ମିଶିଲା ବେଆଇନ ନିର୍ମାଣ - Jharasuguda Bulldozer action

ଭୂମି ବନ୍ଦୋବସ୍ତ ଆଇନ ଅନୁସାରେ ଥଇଥାନ

ହଟିଲା କର୍ଫ୍ୟୁ
ହଟିଲା କର୍ଫ୍ୟୁ (ETV Bharat Odisha)

ଜବର ଦଖଲ ଉଚ୍ଛେଦ ବେଳେ ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ରାଜସିର୍କେ କହିଛନ୍ତି, " ଉଚ୍ଛେଦ ପ୍ରକ୍ରିୟା ଠିକ ଭାବେ ହେବା ନେଇ ହରିପୁରରୁ ଦରଜି ପୋଖରୀ, କଷିମେଳା, ନୂଆବଜାର, ଅରଡ଼ ବଜାର ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ରେଳ ଲାଇନ ଯେତିକି ଥିଲା, ତୃତୀୟ ଲାଇନ ପ୍ରୋଜେକ୍ଟ ଅଛି ତା ପାଇଁ ଏ ଉଚ୍ଛେଦ ହେଉଛି । ଏହି ପ୍ରୋଜେକ୍ଟ ଦ୍ୱାରା ବହୁ ଲୋକ ଉପକୃତ ହେବେ । ସମୁଦାୟ 238ଟି ବସ୍ତି ଘର ଅଛି ଏବଂ 1500 ଲୋକ ଅଛନ୍ତି । ଯେହେତୁ ଏହା ରେଳ ଲାଇନ ଅଛି ଥଇଥାନ ପାଇଁ ଓଡିଶା ସରକାରଙ୍କ ଭୂମି ବନ୍ଦୋବସ୍ତ ଆଇନ ଅନୁସାରେ ସେମାନଙ୍କୁ ଥଇଥାନ କରି ପାରିବୁ । ଏଥିପାଇଁ 2 ତାରିଖଠାରୁ ତହସିଲ ଅଫିସରେ କ୍ୟାମ୍ପ ହୋଇଛି। ଏହି କ୍ୟାମ୍ପରେ ଲୋକମାନେ ଆସି ଆବେଦନ କରି ପାରିବେ । ସରକାରୀ ନିୟମ ଅନୁସାରେ ସେମାନଙ୍କୁ ଜମି ଯୋଗାଇ ଦିଆଯିବ । କୌଣସି ପ୍ରକାର ବିରୋଧ ନାହିଁ, ସମସ୍ତେ ସାହାଯ୍ୟ କରୁଛନ୍ତି । ନିଜେ ନିଜେ ତାଙ୍କର ଘର ସାମଗ୍ରୀ ବାହାରକୁ କାଢି ନେଉଛନ୍ତି । ରେଳ ଲାଇନ ଯେତେ ବଢିବ ଆମେ ଦୁର୍ଘଟଣାକୁ ଏଡ଼ାଇ ପାରିବା, ଏଥିପାଇଁ କାହାର ବିରୋଧ ନାହିଁ । ଏହା ରେଳ ବିଭାଗର, ଏହାକୁ ଜବର ଦଖଲ କରାଯାଇଛି । 30 ଦିନ ପୂର୍ବରୁ ସେମାନଙ୍କୁ ନୋଟିସ କରାଯାଇଛି, ଆଇନ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଉଛି ।"

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.