ETV Bharat / state

4 ବିଶିଷ୍ଟ ଓଡିଆ ପାଇବେ ପଦ୍ମ ସମ୍ମାନ-2025 - PADMA AWARDS 2025

4 ବିଶିଷ୍ଟ ଓଡିଆ ପାଇବେ ପଦ୍ମ ସମ୍ମାନ-2025 । ୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛି କେନ୍ଦ୍ର ସରକାର ।

4 ଓଡିଆ ପାଇବେ ପଦ୍ମ ସମ୍ମାନ-2025
4 ଓଡିଆ ପାଇବେ ପଦ୍ମ ସମ୍ମାନ-2025 (ETV Bharat odisha)
author img

By ETV Bharat Odisha Team

Published : Jan 25, 2025, 10:59 PM IST

ଭୁବନେଶ୍ୱର: 76ତମ ସାଧାରଣତନ୍ତ୍ର ପୂର୍ବ ସଂଧ୍ୟାରେ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ତାଲିକାରେ ରହିଛନ୍ତି 4 ଜଣ ବିଶିଷ୍ଟ ଓଡିଆ । ଚିକିତ୍ସା କ୍ଷେତ୍ରରେ ବିଶିଷ୍ଟ ଡାକ୍ତର ଅଶୋକ କୁମାର ମହାପାତ୍ର, କଳା କ୍ଷେତ୍ରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପ୍ରତିଭା ଶତପଥୀ, କଳା କାରିଗରୀ କ୍ଷେତ୍ରରେ ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡନାୟକଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯିବାକୁ ଘୋଷଣା ହୋଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି 4ର୍ଥ ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିବେ ।

୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛି କେନ୍ଦ୍ର ସରକାର । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ୭ ଜଣ ପଦ୍ମବିଭୂଷଣ, ୧୯ ଜଣ ପଦ୍ମଭୂଷଣ ଏବଂ ୧୧୩ ଜଣ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବେ । ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବିଜେତାମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ ।

ଏହା ମଧ୍ୟ ପଢନ୍ତୁ:-

୭ ଜଣଙ୍କୁ ପଦ୍ମବିଭୂଷଣ, ୧୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ - PADMA AWARD 2025

‘ଏକକ ନିର୍ବାଚନ ସୁଶାସନର ପରିଭାଷା ହେବ’: ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

  • ପଦ୍ମବିଭୂଷଣ ସମ୍ମାନିତ ହେବେ ୭ ଜଣ

ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମବିଭୂଷଣ’ରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି, ଦୁଭୁର ନାଗେଶ୍ୱର ରେଡ୍ଡୀ (ଚିକିତ୍ସକ-ତେଲେଙ୍ଗାନା), ଜଷ୍ଟିସ୍ (ଅବସରପ୍ରାପ୍ତ) ଜଗଦୀଶ ସିଂହ ଖେହର, କୁମୁଦିନୀ ରଜନୀକାନ୍ତ ଲାଖିଆ, ଲକ୍ଷ୍ମୀ ନାରାୟଣନ ସୁବ୍ରମଣ୍ୟମ, ଏମଟି ବାସୁଦେବନ ନାୟାର (ମରଣୋତ୍ତର), ଓସାମୁ ସୁଜୁକି ( ମରଣୋତ୍ତର) ଏବଂ ପ୍ରସିଦ୍ଧ ଗାୟିକା ଶାରଦା ସିହ୍ନା (ମରଣୋତ୍ତର)।

  • ଦେଶକୁ 76ତମ ସାଧାରଣତନ୍ତ୍ରର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଆସନ୍ତାକାଲି ଦେଶ 76ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବା ବେଳେ ଆଜି ପୂର୍ବ ସଂଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ନମନ କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ଦେଶର ସାମ୍ପ୍ରତିକ ସ୍ଥିତି ସହ କେତେକ ବଡ ରାଜନୈତିକ ଓ ସାମ୍ବିଧାନିକ ସଂସ୍କାର ଉପରେ ଗୁରୁତ୍ବାରୋପ କରିଛନ୍ତି । ବିଶେଷ ଭାବେ ‘ଏକକ ନିର୍ବାଚନ’ ଓ ଭାରତୀୟ ଅପରାଧିକ ନ୍ୟାୟିକ ବ୍ୟବସ୍ଥାରେ ଆସିଥିବା ସଂଶୋଧନ ସପକ୍ଷରେ ସେ ବିସ୍ତୃତ ଭାବେ ନିଜର ଦୃଷ୍ଟିଭଙ୍ଗୀ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.