ETV Bharat / state

କେମିତି ପାଇବେ ସୁଭଦ୍ରା ଟଙ୍କା ? ଜାଣନ୍ତୁ ନିୟମ, ହୁଅନ୍ତୁ ଲାଭାର୍ଥୀ - SUBHADRA YOJANA

ଫେବୃଆରୀ ୮ରେ ଆସିବ 'ସୁଭଦ୍ରା' ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ଯଦି ପାଇନାହାନ୍ତି, ଜାଣନ୍ତୁ ଯୋଗ୍ୟତା, ଯୋଜନାର ନିଅନ୍ତୁ ଫାଇଦା ....

Subhadra Yojana
Subhadra Yojana (ETV Bharat Odisha)
author img

By ETV Bharat Odisha Team

Published : Feb 4, 2025, 2:23 PM IST

ଭୁବନେଶ୍ବର: ଚଳିତମାସ (ଫେବୃଆରୀ) ୮ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ବର୍ତ୍ତମାନ ସୁଦ୍ଧା ମାତ୍ର ୨୫ ପ୍ରତିଶତ ଇ-କେଓ୍ଵାଇସି (E-KYC) ଏବଂ ଏନପିସିଆଇ (NPCI) କ୍ଲିୟର ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆହୁରି ଅଢ଼େଇ ଲକ୍ଷ ଇ-କେଓ୍ଵାଇସି ଏବଂ ଏନପିସିଆଇ ବାକି ରହିଛି ।

ଯେଉଁମାନେ ଫେବୃଆରୀ ୮ ତାରିଖ ପୂର୍ବରୁ ଇ-କେଓ୍ଵାଇସି ଏବଂ ଏନପିସିଆଇ କରିଥିବେ, ସେମାନଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ସେହିପରି ଯେଉଁ ହିତାଧିକାରୀମାନେ ଫେବୃଆରୀ ୮ ତାରିଖ ପରେ ଏବଂ ମାର୍ଚ୍ଚ ୮ ତାରିଖ ପୂର୍ବରୁ ଇ-କେଓ୍ଵାଇସି ଏବଂ ଏନପିସିଆଇ ଅପଡେଟ କରିବେ, ସେମାନଙ୍କୁ ମାର୍ଚ୍ଚ ମାସରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ସହ ଦ୍ଵିତୀୟ ପର୍ଯ୍ୟାୟ ମୋଟ ଦୁଇଟି କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସୁଭଦ୍ରା ଯୋଜନା କ'ଣ:

ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବରେ ସହାୟତା କରିବା ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ 'ସୁଭଦ୍ରା ଯୋଜନା' ଲଞ୍ଚ କରାଯାଇଛି । ଏହି ଯୋଜନା ଅଧିନରେ ୫ ବର୍ଷ ମଧ୍ୟରେ ପ୍ରତି ମହିଳା ବିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଦିଆଯିବ । ପ୍ରତିବର୍ଷ ୨ଟି କିସ୍ତିରେ ୧୦ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଅନ୍ତର୍ଜାତୀୟ ମହିଳା ଦିବସରେ ୫ ହଜାର ଓ ରକ୍ଷା ବନ୍ଧନରେ ୫ ହଜାର ଟଙ୍କା ମହିଳାଙ୍କ ଖାତାକୁ ଯିବ ।

ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟତା ମାପଦଣ୍ଡ :

୧. ସୁଭଦ୍ରା ଯୋଜନା ଯୋଗ୍ୟତା: ଆବେଦନକାରୀ ଓଡ଼ିଶାର ମୂଳ ବାସିନ୍ଦା ହୋଇଥିବେ

୨. ବୟସ ସୀମା: ଉଭୟ ବିବାହିତ ଓ ଅବିବାହିତ ମହିଳାଙ୍କ ବୟସ ୨୧ରୁ ୬୦ ବର୍ଷ ଭିତରେ ହୋଇଥିବ

୩. ଆୟ ସୀମା : ପରିବାରର ବାର୍ଷିକ ଆୟ ଅଢେଇ ଲକ୍ଷରୁ ଅଧିକ ହୋଇ ନଥିବ

୪. କେଉଁମାନଙ୍କୁ ମିଳିବନି ଯୋଜନାରେ ଲାଭ: ଯେଉଁ ମହିଳାମାନେ ସରକାରୀ ଚାକିରି କରିଥିବେ କିମ୍ବା ଆୟ କର ଦେଉଥିବେ ସେମାନେଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ । ସେହିପରି ଅନ୍ୟ ସରକାରୀ ଯୋଜନାରୁ ମାସିକ ୧୫ ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ନୁହନ୍ତି ।

Feature Details
ଯୋଜନା ନାମ ସୁଭଦ୍ରା ଯୋଜନା
କାହାଦ୍ବାରା ଲଞ୍ଚ କରାଯାଇଛିଓଡ଼ିଶା ସରକାର
ଆର୍ଥିକ ସହାୟତା୧୦ ହଜାର (ବାର୍ଷିକ)
ପେମେଣ୍ଟ ମୋଡDBT
ଯୋଗ୍ୟତା

ଓଡ଼ିଶାର ଅଧିବାସୀ, ବୟସ ୨୧-୬୦

ପରିବାର ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍‌

କେଉଁମାନେ ଅଯୋଗ୍ୟ

ସରକାରୀ ଚାକିର, ଆୟକର ଭରୁଥିବା ମହିଳା,

ସରକାରୀ ଯୋଜନାରୁ ମାସିକ ୧୫ ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ପାଉଥିଲେ

ପ୍ରଥମ କିସ୍ତି ତାରିଖ ରକ୍ଷା ବନ୍ଧନ ୨୦୨୫
ଅଫିସିଆଲ ୱେବସାଇଟsubhadra.odisha.gov.in

କେମିତି ଆବେଦନ କରିବେ:

ଷ୍ଟେପ ୧: ଆବେଦନ ଫର୍ମ:-

  • ଅଫିସିଆଲ ୱେବସାଇଟ୍ subhadra.odisha.gov.inକୁ ପରିଦର୍ଶନ କରନ୍ତୁ ।
  • ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, କିମ୍ବା ସାଧାରଣ ସେବା କେନ୍ଦ୍ର (CSC)ରୁ ଫର୍ମ ସଂଗ୍ରହ କରନ୍ତୁ ।

ଷ୍ଟେପ ୨: ବିବରଣୀ ପୂରଣ କରନ୍ତୁ:-

  • ନାମ, ବୟସ, ଠିକଣା ଏବଂ ଯୋଗାଯୋଗ ସୂଚନା ପରି ବ୍ୟକ୍ତିଗତ ବିବରଣୀ ପୂରଣ କରନ୍ତୁ ।
  • ଆଧାର ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପ୍ରଦାନ କରନ୍ତୁ ।
  • ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଧାର-ଲିଙ୍କ୍ ହୋଇଥିବ ଏବଂ DBT-ସକ୍ଷମ ହୋଇଥିବା ନିଶ୍ଚିତ କରନ୍ତୁ ।

ଷ୍ଟେପ ୩: ଆବେଦନ ଦାଖଲ କରନ୍ତୁ:-

  • ମୋ ସେବା କେନ୍ଦ୍ର, କିମ୍ବା ସାଧାରଣ ସେବା କେନ୍ଦ୍ରକୁ ଯାଇ ପୂରଣ କରିଥିବା ଫର୍ମ ଦାଖଲ କରନ୍ତୁ । ଯେଉଁଥିରେ (ଆଧାର କାର୍ଡ, ଆୟ ପ୍ରମାଣପତ୍ର, ଓ ବ୍ୟାଙ୍କ ତଥ୍ୟ) ଥିବ ।
  • ଟ୍ରାକିଂ ଆଇଡି (tracking ID) ଥିବା Acknowledgment Receipt ଆଣନ୍ତୁ ।

କେମିତି ଚେକ୍ କରିବେ ସୁଭଦ୍ରା ଯୋଜନା ହିତାଧିକାରୀ ଲିଷ୍ଟ ୨୦୨୫:

ଯଦି ଆପଣ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି, ତେବେ ଆପଣଙ୍କ ନାମ ହିତାଧିକାରୀ ତାଲିକାରେ ଅଛି କି ନାହିଁ ଆପଣ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଏହି ସୋପାନକୁ ଅନୁସରଣ କରିବାକୁ ପଡ଼ିବ ।

୧. ପ୍ରଥମେ subhadra.odisha.gov.in ୱେବସାଇଟରେ କ୍ଲିକ କରନ୍ତୁ ।

୨. ହୋମପେଜରେ ଥିବା 'Beneficiary List' ଅପସନ୍‌ରେ କ୍ଲିକ କରନ୍ତୁ ।

୩. ଏହାପରେ ଜିଲ୍ଲା, ତହସିଲ, ଗ୍ରାମପଞ୍ଚାୟତ ଓ ୱାର୍ଡ ଚୟନ କରନ୍ତୁ ।

୪. ଏହାପରେ ଯୋଗ୍ୟ ହିତାଧିକାରୀଙ୍କ ଲିଷ୍ଟ ଆସିବ

୫. ଯଦି ଲିଷ୍ଟିରେ ଆପଣଙ୍କ ନାମ ଥିବ, ତେବେ DBT ପେମେଣ୍ଟ ପାଇବା ପାଇଁ ଯୋଗ୍ୟ

ସୁଭଦ୍ରା ଯୋଜନାରେ କେଉଁ ଲାଭ ପାଇବେ ମିହିଳା:

  • ନଗଦ କ୍ୟାସ ପ୍ରଦାନ କରି ମହିଳାଙ୍କୁ ଆର୍ଥିକ ଭାବରେ ପ୍ରୋତ୍ସାହିତ କରିବା
  • ଛୋଟ ବ୍ୟବସାୟ ପାଇଁ ସହାୟତା ପ୍ରଦାନ କରି ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବା
  • ମହିଳା ଏବଂ ସେମାନଙ୍କ ପରିବାର ପାଇଁ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଖର୍ଚ୍ଚ ପାଇଁ ସହାୟକ ହେବ
  • ନିମ୍ନ ଆୟ କରୁଥିବା ବର୍ଗଙ୍କ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ​​କରେ ।

ଏହା ମଧ୍ୟ ପଢ଼ନ୍ତୁ..

8ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ସୁଭଦ୍ରାକୁ ନେଇ ବଡ ଅପଡେଟ୍‌: ଆବେଦନ କରି ମଧ୍ୟ ଟଙ୍କା ଆସିନଥିଲେ ବ୍ୟାଙ୍କ ଯିବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ସୁଭଦ୍ରା ଯୋଜନାରେ ସାଂଘାତିକ ତଥ୍ୟ: ୧୫୭ ପୁରୁଷ କରିଥିଲେ ଆବେଦନ, ଯାଞ୍ଚ ବେଳେ ଧରାପଡ଼ିଲା ଚଞ୍ଚକତା

ଆବେଦନ କରିବା ସମୟରେ ଏସବୁ ଉପରେ ଧ୍ୟାନ ଦିଅନ୍ତୁ:

  • ନିଶ୍ଚିତ କରନ୍ତୁ ଯେ, ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ୍ ହୋଇଥିବ ।
  • ନିଶ୍ଚିତ କରନ୍ତୁ ଯେ, ଆପଣଙ୍କର ଆଧାର, ବ୍ୟାଙ୍କ ଆକାଉଣ୍ଟ ଏବଂ ଆବେଦନ ଫର୍ମର ବିବରଣୀ ସଠିକ୍ ମେଳ ଖାଉଛି ।
  • ଆବେଦନର ଶେଷ ତାରିଖ ପୂର୍ବରୁ ଆବେଦନ ପତ୍ର ଦାଖଲ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.