ETV Bharat / state

କନେଷ୍ଟବଳଙ୍କ ନାଁରେ ଠକେଇ ଅଭିଯୋଗ, ଚାକିରି କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଚଳୁ ! - JOB SCAM

ଜଣେ ପୂର୍ବତନ ବରିଷ୍ଠ ପ୍ରଶାସକଙ୍କ ପରିଚିତ କହି ଠକେଇ । କାହାକୁ ପୋଲିସ, ତ କାହାକୁ ‘ସିଜିଏଲ’ରେ ଚାକିରି ପ୍ରଲୋଭନ । ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣର ଦ୍ବାରସ୍ଥ ଅଭିଯୋଗକାରୀ ।

Job Scam
Job Scam (ETV Bharat Odisha)
author img

By ETV Bharat Odisha Team

Published : Feb 4, 2025, 2:17 PM IST

ମାଲକାନିଗିରି: ଚାକିରି କରାଇଦେବା ଆଳରେ ଠକିନେଲେ ଲକ୍ଷାଧିକ ଟଙ୍କା । ସେ ପୁଣି କୌଣସି ଏଜେଣ୍ଟ କି ଦଲାଲ ନୁହନ୍ତି ବରଂ ଜଣେ ପୋଲିସ କନେଷ୍ଟବଳଙ୍କ ବିରୋଧରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଜଣେ ପୂର୍ବତନ ବରିଷ୍ଠ ପ୍ରଶାସକଙ୍କ ପରିଚିତ କହି ଏପରି ଠକେଇ ହୋଇଛି । ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣର ଦ୍ବାରସ୍ଥ ହୋଇଛନ୍ତି ଜଣେ ମହିଳାଙ୍କ ସମେତ ଏକାଧିକ ଅଭିଯୋଗକାରୀ । ମାଲକାନଗିରି ଜିଲ୍ଲାରେ ଚାକିରି ଆଳରେ ଠକେଇ ନୂଆ କଥା ନୁହେଁ । ଏହି ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ୍‌ କରି ଲକ୍ଷାଧିକ କିଛି ଠକ୍‌ ଟଙ୍କା ଠକି ନେଉଥିବା ପୂର୍ବରୁ ମଧ୍ୟ ବହୁ ନଜିର ରହିଛି । ଜଣେ ମହିଳା କୁଞ୍ଜଲତା ମହାରଣାଙ୍କୁ ତାଙ୍କ ପୁଅ ପାଇଁ ଚାକିରି କରାଇଦେବାକୁ କହି ଠକି ନେଇଛନ୍ତି ଠକ ।

  • 'ପୋଲିସ ଚାକିରି ଲୋଭ ଦେଖାଇ ସାଢେ 6 ଲକ୍ଷ ଠକି ନେଲେ'

ଅଭିଯୋଗ ଅନୁସାରେ, ସ୍ଥାନୀୟ ପୋଲିସ ବିଭାଗର ସୁନୀଲ ଚୋପାଡି ନାମକ କନେଷ୍ଟବଳ କୁଞ୍ଜଲତାଙ୍କ ପୁଅକୁ ପୋଲିସ ବିଭାଗରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ମାଗିଥିଲେ । ଅଭିଯୋଗକାରିଣୀ କୁଞ୍ଜଲତା ମହାରଣା କହିଛନ୍ତି, "ପ୍ରଥମେ ସେ ୩ ଲକ୍ଷ ଟଙ୍କା ଚାକିରି ବାବଦକୁ ନେଇଥିଲେ । କିନ୍ତୁ ଲିଷ୍ଟ ବାହାରିବା ପରେ ତାଙ୍କ ପୁଅର ନାମ ନଥିଲା । ଏନେଇ ସୁନୀଲକୁ ପଚାରିବାରୁ ଦ୍ବିତୀୟ ଲିଷ୍ଟରେ ନାମ ବାହାରିବ ବୋଲି କହିଥିଲେ । ଏଥିସହ ଆହୁରି ଟଙ୍କା ମଧ୍ୟ ମାଗିଥିଲେ । ଏଭଳି ସେ ପ୍ରାୟ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି । ଚାକିରି କଥା ପଚାରିଲେ, ଆଜି ନହେଲେ ଦୁଇ ବର୍ଷ ପରେ ମଧ୍ୟ ତୁମ ପୁଅ ଚାକିରି ପାଇବ ବୋଲି ମିଛ କହି ଠକି ଚାଲିଥିଲେ ।"

Job Scam (ETV Bharat Odisha)
  • FIR ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ

ଏନେଇ କୁଞ୍ଜଲତା ଥାନାରେ ଏତଲା ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଓଲଟା ସୁନୀଲକୁ ସାକ୍ଷୀ ଭାବେ ରଖାଗଲା ବୋଲି ଅଭିଯୋଗ କରାଯାଇଛି । ଅନ୍ୟ ଏକ ଘଟଣାରେ କାଶୀନାଥ ସରକାର ନାମକ ଜଣେ ବ୍ୟକ୍ତିଙ୍କ ଝିଅକୁ CGLରେ ଚାକିରି କରାଇ ଦେବାକୁ କହି ସୁନୀଲ୍‌ ୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଜଣେ ପ୍ରଶାସନିକ ଅଧିକାରୀଙ୍କ ସହ ଭଲ ସମ୍ପର୍କ ଥିବା କହି ତୁରନ୍ତ ଏହି ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦେଢ ବର୍ଷ ବିତି ଯାଇଥିଲେ ମଧ୍ୟ ଚାକିରି ମିଳିନଥିବା ଅଭିଯୋଗକାରୀ କହିଛନ୍ତି ।

ଏହା ବି ପଢନ୍ତୁ...

'ଆୟୁଷ୍ମାନ ଭାରତ' କାର୍ଡ ଆଳରେ ଠକେଇ ଅଭିଯୋଗ

ଏହା ବି ପଢନ୍ତୁ...NIBରେ ଚାକିରି କରାଇବା ନାଁରେ ଠକେଇ, ପୋଲିସ ପଞ୍ଝାରେ ସାଇବର ଠକ

'ଚାକିରି ମିଳିଲାନି, ଟଙ୍କା ଫେରିଲାନି'

ଏନେଇ ଅଭିଯୋଗକାରୀ କାଶୀନାଥ ସରକାର କହିଛନ୍ତି, "ଚାକିରି ନହେଲେ ଟଙ୍କା ଫେରସ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ ସେହି ପ୍ରତିଶ୍ରୁତିରୁ ଓହରି ଯାଉଛନ୍ତି । ପୋଲିସକୁ ଏନେଇ ଏତଲା ଦେବା ପରେ ମଧ୍ୟ କୌଣସି ଫରକ ପଡିଲାନାହଁ । ତେଣୁ ବାଧ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ବାରସ୍ଥ ହୋଇଛୁ ।" ସଚିବଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଓକିଲ ଅଶୋକ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ ଏସପିଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ସୂଚନା ପ୍ରଦାନ କରିଥିଲେ । ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ତେବେ "କିପରି ଏହି ଠକାମୀର ଶିକାର ହୋଇଥିବା ଲୋକେ ସେମାନଙ୍କର ଟଙ୍କା ଫେରିପାଇବେ ସେନେଇ ଚେଷ୍ଟା କରିବା ପାଇଁ ଅନୁରୋଧ କରାଯାଇଛି" ବୋଲି କହିଛନ୍ତି ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.