ETV Bharat / state

ଓଡିଶାରେ ଷୋଡ଼ଶ ଅର୍ଥ କମିଶନ, ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ - 16TH FINANCE COMMISSION

ଅରବିନ୍ଦ ପାନଗାରିଆଙ୍କ ନେତୃତ୍ବରେ ପହଞ୍ଚିଲା 15 ଜଣିଆ ଷୋଡ଼ଶ ଅର୍ଥ କମିଶନ ଟିମ୍‌ । ଓଡ଼ିଶାକୁ ଆଗାମୀ ୫ ବର୍ଷରେ କେତେ ମିଳିବ ତା ଉପରେ ରହିଛି ନଜର ...

ଓଡିଶାରେ ପହଞ୍ଚିଲେ ଷୋଡ଼ଶ ଅର୍ଥ କମିଶନ
ଓଡିଶାରେ ପହଞ୍ଚିଲେ ଷୋଡ଼ଶ ଅର୍ଥ କମିଶନ (ETV Bharat Odisha)
author img

By ETV Bharat Odisha Team

Published : Feb 4, 2025, 2:52 PM IST

ଭୁବନେଶ୍ବର: ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଷୋଡ଼ଶ ଅର୍ଥ କମିଶନ । ଷୋଡ଼ଶ ଅର୍ଥ କମିଶନ ଡ଼. ଅରବିନ୍ଦ ପାନଗାରିଆଙ୍କ ସହ 15 ଜଣିଆ ଟିମ୍‌ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ଅର୍ଥ କମିଶନ ଟିମ୍ ସଦସ୍ୟଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଓ ବରିଷ୍ଠ ଅଧିକାରୀ । ଏହି ଟିମ୍‌ ଆଜି ଓ ଆସନ୍ତାକାଲି ବିଭିନ୍ନ ଅଞ୍ଚଳ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବ । ସେହିପରି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ କମିଶନଙ୍କୁ ଭେଟିବେ ।

ଅର୍ଥ କମିଶନ ଡ଼. ଅରବିନ୍ଦ ପାନଗାରିଆଙ୍କ ପତ୍ନୀ ଅମିତା ପାନଗାରିଆ ମଧ୍ୟ ଟିମ୍‌ ସହିତ ରହିବେ । ସେହିପରି ସଦସ୍ୟ ଅଜୟ ନାରାୟଣ ଝା, ଆଣ୍ଣି ଜର୍ଜ ମାଥ୍ଯୁ, ଡ. ସୌମ୍ୟକାନ୍ତ ଘୋଷ, ଡ. ମନୋଜ ପଣ୍ଡା, ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ପଣ୍ଡା ମଧ୍ୟ ଟିମ୍‌ ସହ ରହିବେ । ସେହିପରି ଟିମର ସଚିବ ରିତୱବିକ ପାଣ୍ଡେ, ଅର୍ଥନୈତିକ ପରାମର୍ଶଦାତା ଡ. ପ୍ରଶାନ୍ତ କୁମାର ପଣ୍ଡା, କମିଶନଙ୍କ ବ୍ୟକ୍ତିଗତ ସହାୟକ କୁମାର ବିବେକ, ଯୁଗ୍ମ ନିର୍ଦ୍ଦେଶକ ପ୍ରିୟା ସରଫ, ଉପ ନିର୍ଦ୍ଦେଶକ ମାନସୀ ଗୁପ୍ତା, ଉପ ନିର୍ଦ୍ଦେଶକ ଶିକ୍ଷା ସିଂ, ସଦସ୍ୟଙ୍କ ପିପିଏସ ଜି ଭି ସୁବ୍ରମଣ୍ୟମ, ଆସିଷ୍ଟାଣ୍ଟ ଅକାଉଣ୍ଟ ଅଫିସର ଗୌରବ କୁମାର ଦୌସା ପ୍ରମୁଖ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

  • ଖଣ୍ଡଗିରି ଓ ଉଦୟଗିରି ପରିଦର୍ଶନ କରିବ ଟିମ୍‌
    ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳର ଏକ ତାରକା ହୋଟେଲରେ ଟିମ୍‌ ଅବସ୍ଥାନ କରିଛି । ଅପରାହ୍ନରେ ଟିମ ଖଣ୍ଡଗିରି ଓ ଉଦୟଗିରି ପରିଦର୍ଶନ କରିବ । ସନ୍ଧ୍ୟାରେ ଟିମ ସଦସ୍ୟ କଳାଭୂମୀ ପରିଦର୍ଶନ କରିବାକୁ ଯିବେ । ଆସନ୍ତାକାଲି ପୂର୍ବାହ୍ନରେ କୋଣାର୍କ ପରିଦର୍ଶନ କରିବା ସହ କୋଣାର୍କ ନିକଟରେ ଥିବା ଗ୍ରାମପଞ୍ଚାୟତକୁ ଟିମ ଯିବ । ଆସନ୍ତାକାଲି ଅପରାହ୍ନରେ ମେରାଇନ ଡ୍ରାଇଭ ବାଟ ଦେଇ ଟିମ ପୁରୀ ଯିବେ । ପୁରୀ ମ୍ୟୁନିସିପାଲିଟି ପରିଦର୍ଶନ କରିବା ସହ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ବ୍ଲ୍ୟୁ ଫ୍ଲାଗ ବିଚ ବୁଲିବା ସହ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ କରି ଭୁବନେଶ୍ୱର ଫେରିବ ଟିମ ।
  • ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ

ଗୁରୁବାର ଦିନ ତମାମ କମିଶନଙ୍କ ମାରାଥନ ବୈଠକ ରହିଛି । ପୂର୍ବାହ୍ନ 9.30ରେ ଷୋଡ଼ଶ ଅର୍ଥ କମିଶନ ଓ ଟିମଙ୍କୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଭେଟିବେ । ଅର୍ଥ କମିଶନଙ୍କୁ ରାଜ୍ୟ ସରକାର ନିଜର ଦାବି ପତ୍ର ପ୍ରଦାନ କରିବେ । ପ୍ରାୟ 5 ଘଣ୍ଟା ଧରି ରାଜ୍ୟ ସରକାର ଓ ଅର୍ଥ କମିଶନଙ୍କ ଟିମ ସହ ଆଲୋଚନା ହେବ । ପାଞ୍ଚ ବର୍ଷର ଯୋଜନା ନେଇ ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ରଖିବେ । ଅର୍ଥ କମିଶନ ନିକଟରେ 12 ଲକ୍ଷ 56 ହଜାର 148 କୋଟି ଟଙ୍କାର ଦାବି ରଖିବେ ଓଡିଶା ସରକାର । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆୟୋଜିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଟିମ ସାମିଲ ହେବ ।

ଟିମକୁ ଭେଟିବେ ବିଭିନ୍ନ ବର୍ଗ

ସେହିପରି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ନିର୍ବାଚିତ ପ୍ରତିନିଧି, ତୃଣମୂଳ ସ୍ତରର ନିର୍ବାଚିତ ପ୍ରତିନିଧି, ଟ୍ରେଡ଼ ୟୁନିୟନ ସଦସ୍ୟ ସହ କମିଶନ ଆଲୋଚନା କରିବେ । ବିଜେଡି ପକ୍ଷରୁ ଏକ ଟିମ କମିଶନଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବ । 7 ତାରିଖ ପୂର୍ବାହ୍ନରେ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରି ସେହିଦିନ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଟିମ ଦିଲ୍ଲୀ ଫେରିଯିବ ।

ଏହା ମଧ୍ୟ ପଢନ୍ତୁ:-

ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ, ସାଢ଼େ 12 ଲକ୍ଷ କୋଟି ଦାବି ରଖିବ ରାଜ୍ୟ

ବଜେଟକୁ ଲୋକାଭିମୁଖୀ କହିଲେ ମୋହନ, ନବୀନ ଆଣିଲେ କେନ୍ଦ୍ର ଅବହେଳା ଅଭିଯୋଗ - CM REACTION ON BUDGET 2025

କେନ୍ଦ୍ର-ରାଜ୍ୟ ମଧ୍ୟରେ କର ଭାଗବଣ୍ଟା ଅନୁପାତ ସ୍ଥିର କରିବା ଅର୍ଥ କମିଶନଙ୍କ ଦାଇତ୍ୱ । ରାଜ୍ୟକୁ କେତେ ଗ୍ରାଣ୍ଟ ଇନ ଏଡ ମିଳିବ ନିଷ୍ପତ୍ତି ନିଅନ୍ତି ଅର୍ଥ କମିଶନ । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରିବା କାର୍ଯ୍ୟ ଅର୍ଥ କମିଶନ କରନ୍ତି । ରାଜ୍ୟକୁ ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର ଅନୁଦାନ ଦେବା କାର୍ଯ୍ୟ ଅର୍ଥ କମିଶନ କରନ୍ତି । ରାଜ୍ୟର ଦାବି ଅନୁଶୀଳନ କରି ଅନୁଦାନ ପ୍ରଦାନ କରିବା କମିଶନଙ୍କ କାର୍ଯ୍ୟ ।

ଆର୍ଥିକବର୍ଷ 2021-26 ବର୍ଷ ଲାଗି ତତ୍କାଳୀନ ବିଜେଡି ସରକାର ଅର୍ଥ କମିଶନ ଆଗରେ 8 ଲକ୍ଷ 24 ହଜାର କୋଟି ଟଙ୍କାର ଦାବି ରଖିଥିଲେ । ମିଳିଥିଲା 2 ଲକ୍ଷ 22 ହଜାର କୋଟି ଟଙ୍କାର ଅନୁଦାନ । ପ୍ରାକୃତିକ ଦୁର୍ବିପାକ ପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ଦାବି କରିଆସୁଥିଲା ବିଜେଡି ସରକାର । ହେଲେ ଓଡିଶାର ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଆସୁଥିଲେ । ଏଥର ଷୋଡଶ ଅର୍ଥ କମିଶନରୁ ଅଧିକ ଆଶା ରଖିଛି ଓଡ଼ିଶା । ଓଡିଶାରେ ପ୍ରଥମଥର ପାଇଁ ଡବଲ ଇଞ୍ଜିନ ସରକାର ହୋଇଥିବାରୁ ରାଜ୍ୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଲିବ ବୋଲି ଆଶା କରାଯାଉଛି ।

ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଛନ୍ତି, "ଷୋଡଶ ଅର୍ଥ କମିଶନ ଆଗରେ ବିଜେଡି ଦାବି ରଖିବ । ଓଡିଶା ସ୍ୱାର୍ଥ ପାଇଁ ଯାହା ଦରକାର ବିଜେଡି ରଖିବ । ଆସନ୍ତା 6ତାରିଖ ଦିନ ବିଜେଡି ଦାବି ରଖିବ । ଏନେଇ ବିଜେଡି ସଭାପତି ଏକ ବୈଠକ ମଧ୍ୟ ନେଇ ସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.