ETV Bharat / state

ପୁରୀରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ଓ ରାସ୍ତାଘାଟ, ପୌରପାଳିକାର ଅବହେଳା ଅଭିଯୋଗ - DRAINAGE AND ROAD PROBLEM

ପୁରୀ ପୌରାଞ୍ଚଳରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା । ଡ୍ରେନ ସମସ୍ୟା ସହ ରାସ୍ତାଘାଟ ଖାଲଖମାରେ ଭର୍ତ୍ତି । ଘଟୁଛି ଦୁର୍ଘଟଣା ।

Drainage And Road Problem
Drainage And Road Problem (ETV Bharat Odisha)
author img

By ETV Bharat Odisha Team

Published : Feb 4, 2025, 1:50 PM IST

ପୁରୀ: ବିପର୍ଯ୍ୟସ୍ତ ଅବସ୍ଥାରେ ଡ୍ରେନେଜ୍‌ ଓ ରାସ୍ତାଘାଟ । ନାଁ ଡ୍ରେନ୍‌ ସଫେଇ ହେଉଛି, ନା ରାସ୍ତାଘାଟର ଖାଲଖମା ମରାମତି ହେଉଛି । ମଶା, ମାଛି ପୋକ ଜୋକ ଘରେ ପଶିଲେଣି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ଯ ପୌର ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆନ୍ଦୋଳନ ହେବା ନେଇ ଚେତାବନୀ ଦେଇଛନ୍ତି ବୁଦ୍ଧିଜୀବୀ ।

  • ମଶାଙ୍କ ଦାଉରେ କଲବଲ ପୁରୀବାସୀ:

ପୁରୀ ପୌରପାଳିକାର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ କଲବଲ ହେଉଛନ୍ତି ପୌରାଞ୍ଚଳ ବାସିନ୍ଦା । ବିଭିନ୍ନ ପ୍ରକଳ୍ପର ଟେଣ୍ଡର କରାଯାଇ କୋଟି କୋଟି ଟଙ୍କା ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଜନସାଧାରଣଙ୍କ ସୁବିଧା ପାଇଁ କୌଣସି କାର୍ଯ୍ୟ ହେଉନଥିବା କହିଛନ୍ତି ବୁଦ୍ଧିଜୀବୀ । ପୁରୀ ପୌରାଞ୍ଚଳରେ ବିଭିନ୍ନ ଗଳିକନ୍ଦିରେ ଥିବା ଡ୍ରେନଗୁଡ଼ିକ ଦୀର୍ଘଦିନ ହେବ ସଫେଇ ହୋଇନଥିବାରୁ ଏହା ମଶା ଓ ପୋକଜୋକଙ୍କ ପ୍ରଜନନସ୍ଥଳୀ ପାଲଟିଛି । ଡ୍ରେନ୍‌ଗୁଡିକ ଆବର୍ଜନାରେ ପରିପୂର୍ଣ୍ଣ ଥିବାରୁ ଡ୍ରେନରୁ ଜୋକ ଏବଂ ବିଭିନ୍ନ ସରୀସୃପ ଲୋକଙ୍କ ଘରେ ପଶୁଛନ୍ତି ।

Drainage And Road Problem (ETV Bharat Odisha)
  • ଅଭିଯୋଗ ପରେ ମଧ୍ୟ ସାମାଧାନ ଶୂନ

ଡ୍ରେନ୍‌ ସଫେଇ ନେଇ ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବୁଦ୍ଧିଜୀବୀମାନେ ବାରମ୍ବାର ଅବଗତ କରାଉଥିଲେ ମଧ୍ୟ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ପୁରୀ ପୌରପାଳିକା କୋଟି କୋଟି ଟଙ୍କାର ଟିକସ ଆଦାୟ କରୁଥିବାବେଳେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି । ହେଲେ ଦୀର୍ଘ ଦିନ ହେବ ଡ୍ରେନ୍‌ ସଫେଇ କାର୍ଯ୍ୟ ବନ୍ଦ ଥିବାବେଳେ ଲୋକଙ୍କ ଟିକସ ଅର୍ଥ ଏବଂ ରାଜ୍ୟ ସରକାର ପ୍ରଦାନ କରୁଥିବା ବିଭିନ୍ନ ଆର୍ଥିକ ଅନୁଦାନ କାହା ପଛରେ ଖର୍ଚ୍ଚ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ଓ ଆଇନଜୀବୀ ।‌

Drainage And Road Problem
Drainage And Road Problem (ETV Bharat Odisha)
  • ଡ୍ରେନେଜ ଓ ରାସ୍ତାଘାଟ ସମସ୍ୟା :

ପୁରୀ ପୌରାଞ୍ଚଳରେ କେବଳ ଡ୍ରେନେଜ ସମସ୍ୟା ନୁହେଁ ରାସ୍ତାଘାଟ ମଧ୍ୟ ବିପର୍ଯ୍ୟସ୍ତ। ମାତ୍ର ଏକ ବର୍ଷ ତଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ସାହିର ରାସ୍ତାଗୁଡ଼ିକୁ ପେଭରବ୍ଲକ ବିଛାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ଅଧିକାଂଶ ପେଭର ବ୍ଲକ ଦବି ଯାଇଥିବାବେଳେ ଅନେକ ସ୍ଥାନରେ ମଧ୍ୟ ପେଭର ବ୍ଲକ ଉଠି ଗଲାଣି। ଫଳରେ ରାସ୍ତାଘାଟରେ ଖାଲଖମା ସୃଷ୍ଟି ହୋଇଥିବା ବେଳେ ପ୍ରତିଦିନ ଲୋକମାନେ ବିଭିନ୍ନ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତାଘାଟର ମରାମତି ନେଇ ବାରମ୍ବାର ଦାବି କରାଯାଉଥିବା ବେଳେ ପୌରପାଳିକା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଆଗାମୀ ପୁରୀ ପୌରପାଳିକାର ଅବହେଳା ବିରୋଧରେ ସହରବାସୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

  • 'ଲୋକ ପ୍ରତିନିଧି ଶୂନ୍ୟ ପୁରୀ ପୌରପାଳିକା'

ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି,"ପୁରୀ ପୌରପାଳିକାରେ ନିର୍ବାଚିତ କାଉନସିଲ ନାହିଁ । ଏଣୁ ଲୋକ ପ୍ରତିନିଧି ଶୂନ୍ୟ ରହିଛି ପୁରୀ ପୌରପାଳିକା । ନା କାଉନସିଲର ଅଛନ୍ତି ନା ଅଧ୍ୟକ୍ଷ ଅଛନ୍ତି । ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ କେହି ନଥିବାରୁ ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ରାସ୍ତାଘାଟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଅନେକ ସ୍ଥାନରେ ଖାଲଖମା ଯୋଗୁଁ ଦୁର୍ଘଟଣା ଘଟି ଲୋକମାନେ ଆହତ ହେଉଛନ୍ତି । ଡ୍ରେନ ଦୀର୍ଘ ଦିନ ହେବ ସଫା ହୋଇନଥିବାରୁ ମଶାଙ୍କ ପ୍ରାଦୃର୍ଭାବ ବଢ଼ି ଚାଲିଛି । ମଶା ତେଲ ଓ ମଶା ଧୁଆଁ ବ୍ୟବହାର କରୁନି ପୌରପାଳିକା । ଏଥିପାଇଁ ଟଙ୍କା ଖର୍ଚ୍ଚ କରାଯାଇ ହରିଲୁଟ୍ କରାଯାଉଛି। ଲୋକ ମାନେ ଡ୍ରେନେଜ ଅବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ରାସ୍ତା ଘାଟକୁ ନେଇ କଲବଲ ହେଉଥିବା କିଭଳି ପୌର ଅଧିକାରୀ ଚୁପ୍ ଅଛନ୍ତି ତାହା ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ସରକାର କୋର୍ଟଙ୍କୁ ଅବଗତ କରାଇ ପୌର ନିର୍ବାଚନ କରନ୍ତୁ । ଏହାଦ୍ବାରା ଲୋକ ପ୍ରତିନିଧି ରହିବେ । ଲୋକଙ୍କ ଅଭିଯୋଗ ଶୁଣି ପାରିବେ । ଏବେ ଲୋକମାନେ କାହାକୁ ଅଭିଯୋଗ କରିବେ ସେନେଇ ଚିନ୍ତାରେ ରହିଛନ୍ତି ।"

  • 'ପୁରୀ ପୌରାଞ୍ଚଳରେ ହେଉନାହିଁ ଡ୍ରେନ ସଫେଇ'

ପୁରୀ ଜିଲ୍ଲା କଂଗ୍ରେସ ମୁଖପାତ୍ର ସ୍ଵାଧୀନ କୁମାର ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, "ପୁରୀ ପୌରାଞ୍ଚଳରେ ଡ୍ରେନ ସଫେଇ ହେଉନାହିଁ । ଫଳରେ ମଶାଙ୍କ ଦାଉରେ ଲୋକେ କଲବଲ ହେଉଛନ୍ତି । ବିଭିନ୍ନ ସାହିରେ ହେଇଥିବା ରାସ୍ତା ଉପରେ ପେଭର ବ୍ଲକ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏହା ଦାବି ଯାଇଛି । ଫଳରେ ଖାଲଖମା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି । ପୁରୀ ପୌରପାଳିକାରେ 2019 ମସିହାରୁ ଆଉ ପୌର ନିର୍ବାଚନ ହୋଇନାହିଁ । ଫଳରେ ନିର୍ବାଚିତ କାଉନସିଲ ନଥିବାରୁ ପୌରପାଳିକାରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କ ମଧ୍ଯରେ ମଧୁଚନ୍ଦ୍ରିକା ଯୋଗୁ କୋଟି କୋଟି ଟଙ୍କା ହରିଲୁଟ୍ କରାଯାଉଛି । ପୌରପାଳିକା ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଯାହାକି ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବାକୁ ଯାଉଛି ।"

Puri Municipality
Puri Municipality (ETV Bharat Odisha)

ଏହା ବି ପଢନ୍ତୁ...କଟକର ସମସ୍ୟା ନେଇ ହାଇକୋର୍ଟଙ୍କ ତାଗିଦ, 2 ସପ୍ତାହରେ ସମାଧାନ କର - Hc Verdict On Cuttack

ଏହା ବି ପଢନ୍ତୁ...ଗଙ୍ଗୁଆ ନାଳ ଉପରେ ନିର୍ମାଣ ହେବ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ: ପିପିଲି ବିଧାୟକ

  • ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା:

ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି " କେତେକ ନିର୍ମାଣ ଗତ ତ୍ରୁଟି ଯୋଗୁଁ ଡ୍ରେନ ଗୁଡିକରେ ଠିକରେ ଜଳ ନିଷ୍କାସନ ହୋଇପାରୁନାହିଁ । ତାହାର ଟ୍ରପୋ-ଗ୍ରାଫିକାଲ ସର୍ଭେ କରିଛୁ । ଏହି ସର୍ଭେ ଆଧାରରେ ଡ୍ରେନଗୁଡିକର ସମସ୍ୟା ସମାଧାନ କରାଯିବ । ନୂଆ ଡ୍ରେନ ମଧ୍ୟ ନିର୍ମାଣ ହେବ । ଖୁବଶୀଘ୍ର ଡ୍ରେନଗୁଡିକ ସଫେଇ କାର୍ଯ୍ୟ କରାଯିବ । ଡ୍ରେନରେ ମଶା ତେଲ ପକାଯାଉଛି । ମଶା ଧୂଆଁ ମଧ୍ୟ ଦିଆଯାଉଛି । କିଛି ଦିନ ବ୍ୟବଧାନରେ ଏହା କରାଯାଉଛି । କେତେକ ରାସ୍ତାରେ ପେଭର ବ୍ଲକ ଗୁଡ଼ିକ ଦବି ଯାଇ ଖାଲ ହୋଇଥିବା ନଜରକୁ ଆସୁଛି । ଏହାକୁ ମଧ୍ୟ ମରାମତି କରାଯିବ । କାହିଁକି ଏହା ଦବୁଛି ସେନେଇ ମଧ୍ୟ ଆମେ ଅନୁଧ୍ୟାନ କରିବୁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.