ପୂଜାର ମାହୋଲରେ ରଙ୍ଗୀନ ରାଜଧାନୀ, ଦାଣ୍ଡିଆ ଧୂନରେ ଝୁମୁଛନ୍ତି ଯୁବପିଢି - ଭୁବନେଶ୍ବରରେ ଦୁର୍ଗାପୂଜା
🎬 Watch Now: Feature Video
Published : Oct 21, 2023, 10:04 PM IST
ଭୁବନେଶ୍ବର: ମା'ଙ୍କ ଧରାବତରଣ ଉତ୍ସବକୁ ରଙ୍ଗୀନ କରିବା ପାଇଁ କରାଯାଇଥାଏ ଦାଣ୍ଡିଆ ନୃତ୍ୟ । ଶାରଦୀୟ ପୂଜା ଅବସରରେ ଦାଣ୍ଡିଆ ନୃତ୍ୟରେ ମସଗୁଲ ରାଜଧାନୀବାସୀ । ଅକ୍ଟୋବର ମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ନୃତ୍ୟ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରସ୍ଥଳ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡିଆ ପରିସରରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଏହା ବି ପଢନ୍ତୁ...କଟକରେ ଆରମ୍ଭ ହେଲା ଦାଣ୍ଡିଆ ନାଇଟ୍ସ
ଭୁବନେଶ୍ୱରବାସୀ ପରିବାର ଓ ପ୍ରିୟଜନଙ୍କ ସହ ଏକାଠି ହୋଇ ଦାଣ୍ଡିଆ ଖେଳି ଖୁସି ମନାଉଛନ୍ତି । ଆଜି ଦାଣ୍ଡିଆ ମହୋତ୍ସବରେ ହାସ୍ୟ ଅଭିନେତା ଗୁଡୁଙ୍କୁ ନୃତ୍ୟ କରିବାର ଦେଖିବାକୁ ମିଳିଥିଲା । ହାତରେ ଦାଣ୍ଡିଆ କାଠି ଧରି ପ୍ରଶକଂସକଙ୍କ ସହ ମିଶି ନୃତ୍ୟ କରିଛନ୍ତି ଗୁଡୁ । ଏହି ମହୋତ୍ସବରେ ଅଭିଜ୍ଞ ନୃତ୍ୟଶିଳ୍ପୀଙ୍କ ତତ୍ତ୍ଵାବଧାନରେ ଦାଣ୍ଡିଆ ନୃତ୍ୟ, ଅତ୍ୟାଧୁନିକ ଏଲ୍ଇଡି ଆଲୋକ ସଜ୍ଜା, ଉନ୍ନତମାନର ଲାଇଭ ବ୍ୟାଣ୍ଡ ସ୍ଵତନ୍ତ୍ର ଷ୍ଟେଜ୍, ବିଭିନ୍ନ ଖାଦ୍ୟ ପାନୀୟ ଷ୍ଟଲ୍ ଆଦି ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର