ଦାଣ୍ଡିଆ ନୃତ୍ୟରେ ଝୁମି ନବରାତ୍ର ପାଳିଲେ ଜଟଣୀ ବାସୀ - ଖୋର୍ଦ୍ଧାରେ ଜମୁଛି ଦାଣ୍ଡିଆ
🎬 Watch Now: Feature Video


Published : Oct 24, 2023, 3:50 PM IST
ଖୋର୍ଦ୍ଧା: ଧରାପୃଷ୍ଠରେ ମାଆ ଦୁର୍ଗାଙ୍କ ଆଗମନ। ଏଥିପାଇଁ ବିଭିନ୍ନ ଶକ୍ତି ପୀଠ ସହ ପୂଜା ମଣ୍ଡପ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷକରି ନବରାତ୍ରରେ ଦାଣ୍ଡିଆ ନୃତ୍ୟ ଦର୍ଶକଙ୍କୁ ବେଶ ଉତ୍ସାହିତ କରିଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଟାଉନ ହଲରେ ଦାଣ୍ଡିଆ ନାଇଟକୁ ଭରପୁର ମନଭରି ଉପଭୋଗ କରୁଛନ୍ତି ଜଟଣୀ ଖୋର୍ଦ୍ଧା ଓ ଆଖପାଖର ଯୁବକ ଯୁବତୀ, ମହିଳା ଓ ଜନସାଧାରଣ ।
ଏହାମଧ୍ୟ ପଢନ୍ତୁ..କଟକରେ ପ୍ରଥମେ କେଉଁଠି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଇଥିଲା ?
ନବରାତ୍ରୀ ଅବସରରେ ଦୀର୍ଘ 10 ବର୍ଷ ହେବ ଏହି କାର୍ଯ୍ୟକ୍ରମ ଆୟୋଜିତ କରି ଆସୁଛି ସ୍ଥାନୀୟ ଏକ ସଂସ୍ଥା । ବିଭିନ୍ନ ଅଂଚଳରୁ ଶତାଧିକ ଯୁବକ ଯୁବତୀ ଏଥିରେ ସାମିଲ ହେବା ସହ ଏହାକୁ ମନଭରି ଉପଭୋଗ କରିଥିଲେ ।ଏହା ସହ ଦଶହରାର ମଜା ଉଠାଇଥିଲେ । ଡିଜେର ତାଳେ ତାଳେ ଝୁମିଥିଲେ ଦର୍ଶକ । ସେହିପରି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ମଧ୍ୟ ଦାଣ୍ଡିଆ ନାଇଟରେ ସାମିଲ ହୋଇ ସ୍ଥାନୀୟ ବାସିନ୍ଦାଙ୍କ ସହ ନାଚି ମଜା ଉଠାଇଥିବା ଦେଖିବାକୁ ମିଳିଛି । ସେହିପରି ଏହି ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ସାମିଲ ହୋଇଥିବା ଲୋକ ।
ଇଟିଭି ଭାରତ, ଖୋର୍ଦ୍ଧା