thumbnail

ନାଚୁ ନାଚୁ ମଞ୍ଚ ତଳକୁ ଖସି ପଡିଲେ ନର୍ତ୍ତକୀ, ଭିଡ଼ିଓ ଭାଇରଲ

By

Published : Oct 11, 2022, 4:22 PM IST

Updated : Feb 3, 2023, 8:29 PM IST

ଖୋର୍ଦ୍ଧା: ନାଚୁ ନାଚୁ ଷ୍ଟେଜରୁ ସିଧା ତଳକୁ ଖସି ପଡିଲେ ନର୍ତ୍ତକୀ । ଗୀତ, ନାଚର ମଜା ଦେଉ ଦେଉ, ନିଜେ ପାଇଲେ ସଜା । ଏପରି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମା ଗ୍ରାମର କୋଶଳାଶୁଣି ମହୋତ୍ସବରେ ଦେଖିବାକୁ ମିଳିଛି । ଏହି ଉତ୍ସବରେ ମେଲୋଡିର ଆୟୋଜନ କରାଯାଇଥିଲା । ଆଉ ଏହି କାର୍ଯ୍ୟକ୍ରମରେ ନାଚୁଥିଲେ ଜଣେ ନର୍ତ୍ତକୀ । ଓଡ଼ିଆ ଚଳଚ୍ଚିତ୍ର 'ଓମ ସାଇ ରାମ'ର ଏକ ଗୀତର ତାଳେ ତାଲେ ନାଚୁ ନାଚୁ ଷ୍ଟେଜ ତଳକୁ ନର୍ତ୍ତକୀ ଜଣକ ଖସି ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.