ବାଲିଯାତ୍ରାରେ ସ୍ମୋକ ଆର୍ଟ ଝଲକ, ଚର୍ଚ୍ଚାରେ କଟକ ପୁଅ ଦୀପକ - ଚର୍ଚ୍ଚାରେ ଦୀପକ ବିଶ୍ବାଳ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/28-11-2023/640-480-20132905-thumbnail-16x9-smoke-art-w.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 28, 2023, 3:51 PM IST
କଟକ: ବାଲିଯାତ୍ରାରେ ସ୍ମୋକ୍ ଆର୍ଟ । ରଙ୍ଗ ତୁଳୀରେ ଯେପରି ଗୋଟିଏ ସାଧା ପେପରରେ ତୁଳି ଓ ରଙ୍ଗରେ ଏକ ଚିତ୍ର ଅଙ୍କାଯାଏ ସେହିପରି ସ୍ମୋକ ଆର୍ଟ ବା ଧୂଆଁରେ ଚିତ୍ର କରି ବାଲିଯାତ୍ରାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କଟକ ପୁଅ ଦୀପକ ବିଶ୍ବାଳ। ପିଲା ବେଳ ସ୍ମୃତିକୁ ତାଜା କରିବା ଉଦ୍ଦେଶ୍ୟରେ ସେ ବାଲିଯାତ୍ରା ପଡିଆରେ ଥିବା କଟକ ଇନ୍ କଟକରେ ଡିବିରି ଧୂଆଁରୁ ଡଙ୍ଗା ଚିତ୍ର ଆଙ୍କି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଲାଇଭ ଡିବିରି ଧୂଆଁରେ ଏକ ଡଙ୍ଗା ଆଙ୍କିଛନ୍ତି ଦୀପକ । ଯାହାକୁ ଦେଖିବା ପାଇଁ ମଧ୍ୟ ଲାଗୁଛି ଲମ୍ବା ଲାଇନ । ଯଦି ଦେଖିବା ଚଳିତବର୍ଷ ବାଲିଯାତ୍ରାରେ କଳା ସ୍ଥାପତ୍ୟକୁ ନେଇ ବେଶି ଲୋକାଭିମୁଖୀ କରଯାଉଛି ଏହାରି ମଧ୍ୟରେ ଦୀପକଙ୍କ ଏହି ସ୍ମୋକ ଆର୍ଟ ନିଶ୍ଚୟ ହୃଦୟସ୍ପର୍ଶୀ । ତେବେ ପୂର୍ବରୁ ସେ ଅନେକ ଆର୍ଟ କରି ଜାତୀୟ ସ୍ତରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଦୀପକ। ଚଳିତବର୍ଷ ବାଲିଯାତ୍ରାରେ ଏହି ନିଆରା ପ୍ରଚେଷ୍ଟା ଦର୍ଶକମାନଙ୍କୁ ବେଶି ଆକର୍ଷିତ କରିଛି ।
ଇଟିଭି ଭାରତ, କଟକ