ନାଶିକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ; ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ - ମୋଦିଙ୍କୁ ଭବ୍ୟ ସ୍ବାଗତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 12, 2024, 5:17 PM IST

PM Modi Nashik Visit: ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ମହାରାଷ୍ଟ୍ରର ଅନ୍ୟତମ ପ୍ରମୁଖ ସହର ନାଶିକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ନାଶିକବାସୀ ଭବ୍ୟ ସ୍ବାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ନାଶିକରେ ଆୟୋଜିତ ଜାତୀୟ ଯୁବ ମହୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବାଦ୍ୟଯନ୍ତ୍ର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରାଯାଇଥିବା ବେଳେ ନୃତ୍ୟଶିଳ୍ପୀ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଉପସ୍ଥିତ ରହି ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।  

ଏହା ବି ପଢନ୍ତୁ- ନାଶିକରେ ପ୍ରଧାନମନ୍ତ୍ରୀ ମୋଦି, ଜାତୀୟ ଯୁବ ମହୋତ୍ସବର କଲେ ଉଦଘାଟନ

ଏହା ବି ପଢନ୍ତୁ- ମୋଦିଙ୍କ ନାଶିକ ଗସ୍ତ, କାଲାରାମ ମନ୍ଦିରରେ କଲେ ପୂଜାର୍ଚ୍ଚନା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.