କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ, ଘର ପଛପଟୁ ବଉଳା କୁମ୍ଭୀର ଉଦ୍ଧାର - ଉଦ୍ଧାର ହେଲା ବଉଳା କୁମ୍ଭୀର
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 2, 2023, 1:02 PM IST
କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ। ଜଣଙ୍କ ଘର ପଛପଟୁ ଉଦ୍ଧାର ହେଲା ବଉଳା କୁମ୍ଭୀର। ରାଜନଗର ବ୍ଳକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁରୁ ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି । ରବିବାର ବିଳମ୍ବିତ ରାତିରେ କାଙ୍ଗାଳି ପାତ୍ର ନାମକ ବ୍ୟକ୍ତିଙ୍କ ଘର ପଛପଟରେ ଏକ କୁମ୍ଭୀର ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀଙ୍କୁ ଖବର ଦେବା ପରେ କୁମ୍ଭୀରଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ଏହା ସମ୍ଭବପର ହୋଇପାରିନଥିଲା ।
ଏହା ମଧ୍ୟ ପଢନ୍ତୁ-ମାଛଧରା ଜାଲରେ ପଡିଲା କୁମ୍ଭୀର ଛୁଆ, ଲୋକେ ଆତଙ୍କିତ
ପରେ ଘଟଣାସ୍ଥଳରେ ବନବିଭାଗର ଏକ ଟିମ ପହଞ୍ଚି ବହୁ ସମୟ ପରେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ଏହାପରେ ବାଉଁଶଗଡ ନଦୀରେ କୁମ୍ଭୀରଟିକୁ ଛଡାଯାଇଥିବା ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଗତ ଏକ ସପ୍ତାହ ତଳେ ପେଣ୍ଠ ଖଣ୍ଡାମରାରୁ ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା। ଯାହାକୁ ନେଇ ନଦୀକୂଳିଆ ଲୋକମାନଙ୍କ ମଧ୍ୟରେ ପ୍ରବଳ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପଟେ ବନବିଭାଗ ପକ୍ଷରୁ ନଦୀକୁ ଯିବା ପାଇଁ ବାରଣ ରହିଥିଲେ ସୁଦ୍ଧା କୁମ୍ଭୀର ଏବେ ଘରେ ପଶିବା ଆରମ୍ଭ କରିବାରୁ ଭୟ ଦ୍ବିଗୁଣିତ ହୋଇଛି। ଉଦ୍ଧାର ହୋଇଥିବା କୁମ୍ଭୀରଟିର ଲମ୍ବ ପ୍ରାୟ ୨୦ଫୁଟ ବୋଲି ଜଣାପଡିଛି।
ଇଟିଭି ଭାରତ, କେନ୍ଦ୍ରାପଡା