ପ୍ରଧାନମନ୍ତ୍ରୀଙ୍କୁ ଟିମ୍ ଇଣ୍ଡିଆ ଜର୍ସି ଗିଫ୍ଟ ଦେଲେ ତେନ୍ଦୁଲକର - ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦି

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 23, 2023, 4:33 PM IST

ଲକ୍ଷ୍ନୋ:  ଅଜି ଉତ୍ତରପ୍ରଦେଶର ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦି ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଦଳର ପୁର୍ବତ୍ତନ କ୍ରିକେଟର ସଚିନ ତେନ୍ଦୁଲକର ପ୍ରଧାନମନ୍ତ୍ରୀଙ୍କୁ ଏକ ଉପହାର ଦେଇଛନ୍ତି । ତେନ୍ଦୁଲକର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଭାରତୀୟ ଦଳର ଜର୍ସି ଉପହାର ଦେଇଥିଛନ୍ତି  ।ନିକଟରେ ବିସିସିଆଇ ଏହି ନୁଆ ଜର୍ସିକୁ ଉନ୍ମୋଚନ କରିଥିଲା । 

ଉକ୍ତ ଜର୍ସିଟି ଆସନ୍ତା ବିଶ୍ବକପରେ ଭାରତୀୟ ଦଳ ପରିଧ୍ୟାନ କରି ପଡିଆକୁ ଓହ୍ଲାଇବେ। ଜର୍ସିରେ ଆଗରେ  ଡ୍ରିମ୍‌ ଇଲେଭେନ ,ଇଣ୍ତିଆ ଲେଖା ଯାଇଥିବାବେଳେ  ଆଦିଦାସ୍‌ର ଲୋଗ ଥିବା ଦେଖିବାକୁ ମିଳିଛି ।ଏହି ସମୟ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ରବି ଶାସ୍ତ୍ରୀ ପରି କ୍ରିକେଟ୍ ତାରକା ମଧ୍ୟ ମଞ୍ଚରେ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ....ICC World Cup 2023: ପୁରସ୍କାର ରାଶି ଘୋଷଣା, ବିଜୟୀ ଦଳକୁ ମିଳିବ 33 କୋଟି

ଏହି ଷ୍ଟାଡିୟମ ତିଆରି ପାଇଁ ଜମି ଅଧିଗ୍ରହଣ ନିମନ୍ତେ ୧୨୧କୋଟି ଟଙ୍କା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଖର୍ଚ୍ଚ କରିଥିବାବେଳେ ବିସିସିଆଇ ୩୩୦ କୋଟି ଟଙ୍କା ଖର୍ଚ୍ଚ କରିବ । ଷ୍ଟାଡିୟମର ଥିମାଟିକ୍ ଆର୍କିଟେକ୍ସଚର ଭଗବାନ ଶିବଙ୍କ ଉପରେ ଆଧାରିତ ହେବ । ଯେଉଁଥିରେ କ୍ରେସେଣ୍ଟ୍ ଆକୃତିର ଛାତ କଭର, ତ୍ରିଶୁଳ ଆକୃତିର ଫ୍ଲଡ ଲାଇଟ୍, ଘାଟ ଷ୍ଟେପ୍ ଆଧାରିତ ବସିବା ସୁବିଧା, ବେଲ ପତ୍ର ଆକୃତିର ଧାତବ ସିଟ୍ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଏହି ଷ୍ଟାଡିୟମରେ ୩୦,୦୦୦ ଦର୍ଶକ ବସିବାର କ୍ଷମତା ରହିବ । ୩୦ ଏକରରୁ ଊର୍ଦ୍ଧ୍ବ ପରିମିତ ଅଞ୍ଚଳରେ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମ ନିର୍ମାଣ କରାଯିବ ।  

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.