thumbnail

Cricket World Cup 2023: ରବିବାର ନ୍ୟୁଜିଲାଣ୍ଡ ଭାରତ ମୁକାବିଲା, ଧର୍ମଶାଳାରେ ପହଞ୍ଚିଲା ମେନ ଇନ୍‌ ବ୍ଲୁ'

By ETV Bharat Odisha Team

Published : Oct 21, 2023, 10:20 AM IST

ହାଇଦ୍ରାବାଦ: ରବିବାର ବିଶ୍ବକପରେ ରହିଛି ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଭାରତ । ଧର୍ମଶାଳାରେ ଏହି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଦୁଇ ଦଳ । ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଧର୍ମଶାଳାରେ ପହଞ୍ଚିଛି ଭାରତୀୟ କ୍ରିକେଟ୍‌ ଟିମ୍‌ । ଏକ ସ୍ବତନ୍ତ୍ର ବିମାନ ବନ୍ଦରରେ ଭାରତୀୟ ଦଳ କାଙ୍ଗଡା ବିମାନ ବନ୍ଦରରେ ପହଞ୍ଚିଥିଲା । କ୍ରିକେଟର୍ସଙ୍କୁ ସ୍ବାଗତ କରାଯିବା ପରେ ବିମାନବନ୍ଦରରୁ ବସ ଯୋଗେ କଣ୍ଡିସ୍ଥିତ ହୋଟେଲ ରେଡିସନ ବ୍ଲୁରେ ପହଞ୍ଚିଥିଲେ ଭାରତୀୟ ଖେଳାଳି । ଖେଳାଳିଙ୍କୁ ଦେଖିବାକୁ ବିମାନବନ୍ଦରରେ ପ୍ରଂଶକଙ୍କ ଭିଡ ଜମିଥିଲା । ଆଜି ଭାରତୀୟ ଦଳ ଅଭ୍ୟାସ କରିବାକୁ ପଡିଆକୁ ଓହ୍ଳାଇବେ। ଗୁରୁବାର ଦିନ ନ୍ୟୁଜିଲାଣ୍ଡ ଦଳ ଧର୍ମଶାଳାରେ ପହଞ୍ଚିଥିଲା । ନ୍ୟୁଜିଲାଣ୍ଡ ଓ ଭାରତ ଚଳିତ ବିଶ୍ବକପରେ 4ଟି ଲେଖାଏଁ ମ୍ୟାଚ ଖେଳି ସମସ୍ତ ମ୍ୟାଚରେ ବିଜୟୀ ହେବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛନ୍ତି । ଭାରତ ଦ୍ବିତୀୟ ସ୍ଥାନରେ ଥିବା ବେଳେ ପଞ୍ଚମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇ ବିଜୟ ଅଭିଯାନ ଜାରି ରଖି ଶୀର୍ଷରେ ରହିବାକୁ ଲକ୍ଷ୍ୟ ରଖିଛି ଭାରତ । 

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ଆଜି ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କା ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.