ବିଶ୍ବକପ ଟ୍ରଫିକୁ ଅତି ନିକଟରେ ଦେଖି ଆତ୍ମବିଭୋର କ୍ରିକେଟ ପ୍ରେମୀ
🎬 Watch Now: Feature Video
Published : Sep 21, 2023, 10:11 AM IST
ହାଇଦ୍ରାବାଦ: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ବକପ । ଏହା ପୂର୍ବରୁ ଟ୍ରଫି ପରିକ୍ରମା କାର୍ଯ୍ୟକ୍ରମ ଜାରି ରହିଛି । ବୁଧବାର ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଆଇସିସି ବିଶ୍ବକପ୍ ଟ୍ରଫି ପ୍ରଦର୍ଶିତ ହୋଇଥିଲା । ଟ୍ରଫିକୁ ଅତି ପାଖରୁ ଦେଖିବା ପରେ ଆତ୍ମ ବିଭୋର ହୋଇପଡ଼ିଥିଲେ କ୍ରିକେଟ ପ୍ରେମୀ । କିଏ ଫଟୋ ଉଠାଇଭାରେ ବ୍ୟସ୍ତ ହୋଇପଡିଥିଲା ତ ପୁଣି କିଏ ଫଟୋ । ଚର୍ମ ଚକ୍ଷୁରେ ବିଶ୍ବକପ ଟ୍ରଫିକୁ ଦେଖିବା ଏକ ସ୍ବପ୍ନ ଥିଲା ବୋଲି କହିଛନ୍ତି କ୍ରୀଡାପ୍ରେମୀ ।
କ୍ରୀଡା ପ୍ରେମୀ ନିଶଦ ବାପଟ କହିଛନ୍ତି, "ରାମୋଜି ଫିଲ୍ମ ସିଟିରେ ବିଶ୍ୱକପ ଟ୍ରଫି ପ୍ରଦର୍ଶନ ହୋଇଛି । ପ୍ରଥମ ଥର ପାଇଁ ଏତେ ପାଖରୁ ମୁଁ ଟ୍ରଫି ଦେଖିଛି । ଏପରି ସୁଯୋଗ ବାରମ୍ବାର ଆସିବ ନାହିଁ । ଏହା ମୋ ପାଇଁ ପ୍ରଥମ ଅନୁଭୁତି ।"
ଶଙ୍କର ନାରାୟଣ ନାମକ ଜଣେ କ୍ରିକେଟ ପ୍ରେମୀ କହିଛନ୍ତି, "ବିଶ୍ୱକପ ଟ୍ରଫି ଦେଖିବା ମୋ ପାଇଁ ଏକ ସ୍ବପ୍ନ ଥିଲା । ଯେତେ ବେଳେ 2011ରେ ଭାରତ ବିଶ୍ବକପ ଟ୍ରଫି ହାତେଥିଲା, ସେତେବେଳେ ଧୋନିଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା । ସେତେବେଳେ ଯେମିତି ଅନୁଭବ ହେଉଥିଲା ଆଜି ମଧ୍ୟ ସେମିତି ଅନୁଭବ ହେଉଛି ।"
ବୁଧବାର ରାମୋଜୀ ଫିଲ୍ମସିଟିରେ କ୍ରିକେଟ୍ ବିଶ୍ବକପ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବାପୂର୍ବରୁ ବିଶ୍ବକପ୍ ଟ୍ରଫି ଅନେକ ଦେଶ ପରିକ୍ରମା କରିବା ପରେ ଭାରତ ଫେରିଛି । ଏହାପରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଟ୍ରଫିକୁ ପରିକ୍ରମା କରାଯାଉଛି । ଏହି କ୍ରମରେ ବୁଧବାର ହାଇଦ୍ରାବାଦ ଆସି ପହଞ୍ଚିଥିଲା କ୍ରିକେଟ ବିଶ୍ୱକପ ଟ୍ରଫି ।