ETV Bharat / state

ପୁଣି ଆଳୁ ଟେନସନ; ହଠାତ ବଢ଼ିଲା ଦର, ଚିନ୍ତାରେ ଖାଉଟି - POTATO PRICE RISE

ଓଡ଼ିଶାରେ ପୁଣି ବଢ଼ିଲା ଆଳୁ ଦର । ଆଳୁ କିଲୋଗ୍ରାମ ପ୍ରତି ୪୫ ଟଙ୍କା ଉପରେ ବିକ୍ରି, ଖାଉଟି ହନ୍ତସନ୍ତ ।

Potato Price Hike
Potato Price Hike (ETV Bharat Odisha)
author img

By ETV Bharat Odisha Team

Published : 16 hours ago

କଟକ: ପୁଣି କନ୍ଦାଇଲା ଆଳୁ । ବିଶେଷକରି ଅମଳ ସମୟରେ ଆଳୁର ଦର ବୃଦ୍ଧି ଖାଉଟିଙ୍କୁ ବେଶ ପ୍ରଭାବିତ କରିଛି । କିଛି ଦିନ ପୂର୍ବରୁ ଆଳୁ ଦର ସ୍ୱାଭାବିକ ନଥିଲେ ମଧ୍ୟ ଖାଉଟିଙ୍କ ପାଇଁ ଆଶ୍ବସ୍ତି ଥିଲା । ମାତ୍ର ଗତ ୩ ରୁ ୪ ଦିନ ହେବ ଆଳୁ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଯଦିଓ ଅନ୍ୟ ପରିବା ଦର ସ୍ୱାଭାବିକ ରହିଛି, ମାତ୍ର ଆଳୁର ଦର କିଲୋ ପ୍ରତି ୪୦ ରୁ ୪୫ ଟଙ୍କାରେ ବିକ୍ରି ହେଉଛି । ଯାହା ପୂର୍ବରୁ କିଲୋପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରୟ ହେଉଥିଲା ।

ଆଳୁଦର ନେଇ ଅସନ୍ତୁଷ୍ଟ ଖାଉଟି:

କଟକ ଛତ୍ର ବଜାରରୁ ପରିବା କିଣୁଥିବା ଜଣେ ଖାଉଟି ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି ଯେ, "ଆଳୁ ଦର ବଢ଼ିବା କ୍ଷେତ୍ରରେ ରାଜନୀତି ରହୁଛି । ବେପାରୀମାନେ ଆଳୁ ଷ୍ଟକ ରଖି ଦାମ ବଢ଼ାଇ ଦେଉଛନ୍ତି । ଫଳରେ ଖାଉଟିମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କୁ ଅନୁରୋଧ କରୁଛୁ, ଯଦି ସଠିକ ଭାବରେ ଯାଞ୍ଚ କରିବେ ତେବେ ଆଳୁ ଦର ସ୍ବାଭାବିକ ହେବ ।"

Potato Crisis (ETV Bharat Odisha)

ଖାଉଟିଙ୍କୁ ପସନ୍ଦ ଆସୁନି ଉତ୍ତରପ୍ରଦେଶ ଆଳୁ !:

କଟକ ଛତ୍ରବଜାର ପରିବା ଵ୍ୟଵସାୟୀ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, "ଅଦିନିଆ ବର୍ଷା ଯୋଗୁଁ ଆଳୁ ସମସ୍ୟା ସୃଷ୍ଟି ହୋଇଛି । ରାଜ୍ୟରେ ଯେତେବେଳେ ଆଳୁ ସମସ୍ୟା ଦେଖା ଦେଇଥିଲା ସେତବେଳେ ଉତ୍ତରପ୍ରଦେଶରୁ ଆଳୁ ଆସୁଥିଲା । ଉତ୍ତରପ୍ରଦେଶ ଆଳୁ ଭଲ ପଡ଼ିଲା ନାହିଁ । ଆଳୁରେ ଅନେକ ପରିମାଣରେ ଦାଗି ଓ ନଷ୍ଟ ବାହାରିବାରୁ ଗ୍ରାହକମାନେ ଏହାକୁ କିଣିବାକୁ ଆଗ୍ରହ କଲେ ନାହିଁ । ଵ୍ୟଵସାୟୀମାନଙ୍କୁ ଏଥିରେ କ୍ଷତି ସହି ବାକୁ ପଡିଲା । ପଶ୍ଚିମବଙ୍ଗ ସରକାର କଟକଣା ଲାଗି ଥିବାରୁ କିଛି ଵ୍ୟଵସାୟୀମାନେ ଲୁଚା ଛପାରେ ଆଳୁ ଆଣି ବ୍ୟବସାୟ କଲେ । ମାତ୍ର ଉତ୍ତରପ୍ରଦେଶ ଆଳୁ ଅପେକ୍ଷା ପଶ୍ଚିମବଙ୍ଗ ଆଳୁରେ ଅଧିକ ସ୍ୱାଦ ରହୁଥିବାରୁ ଗ୍ରାହକମାନେ ପଶ୍ଚିମବଙ୍ଗ ଆଳୁ କିଣୁଛନ୍ତି । ପଶ୍ଚିମବଙ୍ଗ ଆଳୁ ଆବଶ୍ୟକ ଅନୁସାରେ ନ ଆସିବାରୁ ଏହି ସମସ୍ୟା ଦେଖା ଦେଇଛି ।

Potato Price Hike
Potato Price Hike (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ବଢିଲା ଆଳୁ ଦର, ମନ୍ତ୍ରୀ କହିଲେ 6 ଲକ୍ଷ ମେଟ୍ରିକ ଟନ ଅଧିକ ଚାଷ ହେବ

ଏହା ମଧ୍ୟ ପଢ଼ନ୍ତୁ...ଆଉ ହେବନି ଆଳୁ ସଙ୍କଟ, ଓଡ଼ିଶା ଆତ୍ମନିର୍ଭରଶୀଳ ହେବାକୁ ବଦ୍ଧପରିକର: ଉପମୁଖ୍ୟମନ୍ତ୍ରୀ

Potato Price Hike
Potato Price Hike (ETV Bharat Odisha)

ନୂଆ ଆଳୁ ଆସିଲେ ସମସ୍ୟା ସମାଧାନ ହେବ:

ଦେବେନ୍ଦ୍ର ସାହୁ ଆହୁରି ମଧ୍ୟ କହିଛନ୍ତି, "ଆମ ରାଜ୍ୟରେ ପ୍ରତି ଦିନ ପ୍ରାୟ ୨୦୦ ଆଳୁ ଗାଡି ଆବଶ୍ୟକ ପଡେ । ଏବେ ମାତ୍ର ୭୦ରୁ ୮୦ ଆଳୁ ଗାଡି ବହୁ କଷ୍ଟରେ ଆସୁଛି । ଯାହାକି ଆଳୁ ସମସ୍ୟାର ମୁଖ୍ୟ କାରଣ । ସେହିପରି ଛତ୍ରବଜାର ପରିବା ମଣ୍ଡିରେ ପ୍ରତ୍ୟକ ଦିନ ୮ରୁ ୧୦ ଗାଡି ଆଳୁ ଗାଡି ଆବଶ୍ୟକ ପଡେ । ଏବେ ମାତ୍ର ୨ରୁ ୩ଟି ଆଳୁ ଗାଡି ଆସୁଛି । ହୋଲସେଲରେ ଆଳୁ କିଲୋପ୍ରତି ୨୮ରୁ ୩୦ ଟଙ୍କା ବିକ୍ରି ହେଉଛି । ଖୁଚୁରାରେ ଵ୍ୟଵସାୟୀମାନେ ୩୫ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି । ଅମଳ ପୂର୍ବରୁ ଅର୍ଥାତ ନୂଆ ଆଳୁ ବଜାରକୁ ଆସିବା ପୂର୍ବରୁ ଆଳୁ ପ୍ରାୟ ଗଜା ହୋଇ ଯାଉଛି । ସେହି କାରଣରୁ କିଛି ଖୁଚୁରା ଵ୍ୟଵସାୟୀ ଆଳୁ ଦର ଟିକେ ଉଚ୍ଚାରେ ବିକ୍ରି କରୁଛନ୍ତି । ମାତ୍ର ଏହି ସମସ୍ୟା ଜାନୁଆରୀ ମାସ ଶେଷ ସୁଦ୍ଧା ସମାଧାନ ହୋଇଯିବ । କାରଣ ନୂଆ ଆଳୁ ଆସିଲେ ହିଁ ଏହି ସମସ୍ୟାର ସମାଧାନ ହୋଇ ପାରିବ । ଲୋକାଲ ଆଳୁ ଏଯାବତ ବଜାରକୁ ଆସି ନାହିଁ । ତାହା ଆସିଲେ ଆଳୁ ଦର ସ୍ୱାଭାବିକ ହେବ । "

Potato Price Hike
Potato Price Hike (ETV Bharat Odisha)

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.