ETV Bharat / state

ଜଗତସିଂହପୁର ବାଣ ବିସ୍ଫୋରଣ: ମୃତକଙ୍କ ଘରୁ ବିପୁଳ ବିସ୍ଫୋରକ ଜବତ - EXPLOSIVES SEIZED

ଜଗତସିଂହପୁର ବାଣ ବିସ୍ଫୋରଣ ଘଟଣାରେ ପୋଲିସ ତଦନ୍ତ । ମୃତ ଦମ୍ପତିଙ୍କ ଆଉ ଏକ ଘରୁ ମିଳିଲା ପୁଳା ପୁଳା ବିସ୍ଫୋରକ ସାମଗ୍ରୀ ।

Explosives Seized
Explosives Seized (ETV Bharat Odisha)
author img

By ETV Bharat Odisha Team

Published : 18 hours ago

ଜଗତସିଂହପୁର: ଗତ ଶୁକ୍ରବାର ରାତିରେ ଘଟିଥିଲା ଭୟଙ୍କର ବାଣ ବିସ୍ଫୋରଣ । ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଏହି ବିସ୍ଫୋରଣ ଘଟଣାର ଯାଞ୍ଚ କରିବା ପରେ ଆଉ ଏକ ରୋଚକ ତଥ୍ୟ ପଦାକୁ ଆସିଛି । ମୃଚ ଦମ୍ପତିଙ୍କ ଅନ୍ୟ ଏକ ଘରୁ ବିପୁଳ ପରିମାଣର ବାଣ ଜବତ କରିଛି ପୋଲିସ ।

ମୃତକଙ୍କ ଘରେ ପୁଳା ପୁଳା ବିସ୍ଫୋରକ:

ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ୨ ନମ୍ବର ୱାର୍ଡ ବଡ଼ବାଗ ଗ୍ରାମରେ ଗତ ଶୁକ୍ରବାର ରାତିରେ ହୋଇଥିବା ଭୟଙ୍କର ବାଣ ବିସ୍ଫୋରଣରେ ଦୁଇ ଜଣ ରାକେଶ ଦାସ ଓ ତାଙ୍କ ପତ୍ନୀ ସସ୍ମିତା ଦାସଙ୍କର ମୃତ୍ୟୁ ଘଟିଥିଲା । ପରିବାରର ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ଏହା ମଧ୍ୟରେ ଜଗତସିଂହପୁର ପୋଲିସ ଓ ସାଇଣ୍ଟିଫିକ ଟିମ ସହାୟତାରେ ଚାଲିଛି ଯାଞ୍ଚ । ବାଣ ବିସ୍ଫୋରଣରେ ସୁଶୀଲ ଦାସଙ୍କ ପୁଅ ଓ ବୋହୂଙ୍କ ଜୀବନ ଯାଇଥିବା ବେଳେ, ସାନ ପୁଅ ପରେଶ ଓ ପତ୍ନୀ ଲଷ୍ମୀ ପ୍ରିୟା ଗୁରୁତର ଆହତ ହୋଇଥିଲେ । ସୁଶୀଲଙ୍କ ଘରୁ ଜଗତସିଂହପୁର ପୋଲିସ ପୁଳା ପୁଳା ବାଣ ତିଆରି ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛି ।

Explosives Seized (ETV Bharat Odisha)

ଥାନା ଅଧିକାରୀଙ୍କ ପ୍ରତିକ୍ରିୟା:

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି । ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି, "ଗତ ୪ ତାରିଖ ଦିନ ବଡବାଗ ଗ୍ରାମର ସୁଶୀଲ ଦାସଙ୍କ ଘରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବାଣ ଜନିତ ବିସ୍ଫୋରଣ କି ଅନ୍ୟ କେଉଁ କାରଣରୁ ଏହା ଘଟିଥିଲା, ତାହା ତଦନ୍ତ ଚାଲୁଥିଲା । ଘଟଣାସ୍ଥଳ ନିକଟରେ ଥିବା ତାଙ୍କର ଆଉ ଏକ ଘରୁ ବିପୁଳ ପରିମାଣର ବିସ୍ଫୋରକ ସମେତ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି ।"

ଏହା ବି ପଢନ୍ତୁ...ବଡବାଗ ବିସ୍ଫୋରଣ, ଭଗ୍ନାବଶେଷ ତଳୁ ରହସ୍ୟ ଖୋଜୁଛି ସାଇଣ୍ଟିଫିକ ଟିମ୍

ଏହା ବି ପଢନ୍ତୁ...ଭୟଙ୍କର ବାଣ ବିସ୍ଫୋରଣରେ ଉଡିଲା ଛାତ ଭାଙ୍ଗିଲା ଘର, 2 ମୃତ

ଚୋରା ବାଣ ବ୍ୟବସାୟ:

ବଡବାଗ ଗ୍ରାମରେ ଚୋରା ବାଣ ବ୍ୟବସାୟ ନେଇ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ସୁଶୀଲଙ୍କ ଘରେ ବିସ୍ଫୋରକ ସାମଗ୍ରୀ ଥିବା ସୂଚନା ମିଳିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢ଼ାଉ କରାଯାଇ ସାମଗ୍ରୀକୁ ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ । ବାଣ ବିସ୍ଫୋରଣରେ ଘର ସମ୍ପୂର୍ଣ୍ଣ ମାଟିରେ ମିଶିବା ସହ ପୁଅ ଓ ବୋହୂଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସୁଶୀଲ ପୁଣି ବାଣ ରଖି କିଭଳି ବେପାର କରୁଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.