ନୂଆପଡାରେ ସହାୟତା ପାଇଲେ ନିର୍ମାଣ ଶ୍ରମିକ - ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ସଭା

🎬 Watch Now: Feature Video

thumbnail

By

Published : Jul 20, 2023, 10:08 AM IST

ନୂଆପଡା: ଜିଲ୍ଲାର ଖଡ଼ିଆଳ କଲ୍ୟାଣ ମଣ୍ଡପ 2 ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର କୁମାର ବାର୍ଳାଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିବା ବେଳେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଗତକାଲିର ଖଡ଼ିଆଳ ବ୍ଲକ ଏବଂ ଖଡ଼ିଆଳ NAC ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା କାର୍ଯ୍ୟକ୍ରମରେ ସମୁଦାୟ 202 ନିର୍ମାଣ ଶ୍ରମିକ ମାନଙ୍କୁ ସମୁଦାୟ 1କୋଟି 48ଲକ୍ଷ 35ହଜାର ଟଙ୍କାର ଚେକ ବଣ୍ଟନ କରାଯାଇଥିଲା । ଯାହା ଆସନ୍ତା 48 ଘଣ୍ଟା ମଧ୍ୟରେ ନିର୍ମାଣ ଶ୍ରମିକ ମାନଙ୍କ ବ୍ୟାଙ୍କ ଏକାଉଣ୍ଟ ରେ ଜମା ହୋଇଯିବ ବୋଲି ଜଣାପଡିଥିଲା । ଗତକାଲିର ଶ୍ରମିକ ସହାୟତାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ 1ଲକ୍ଷ 32ହଜାର 794 ଜଣ ଶ୍ରମିକଙ୍କୁ ସର୍ବମୋଟ 67କୋଟି 65ଲକ୍ଷ 5378 ଟଙ୍କା ସହାୟତା ବଣ୍ଟନ କରାଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଥିଲେ ।  

ଇଟିଭି ଭାରତ, ନୂଆପଡା 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.