ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ପ୍ରଦାନ, ଉପକୃତ ହେଲେ ୧୩୪ ଶ୍ରମିକ - ଶ୍ରମିକ ସହାୟତା ସଭା ଅନୁଷ୍ଠିତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 5, 2023, 10:33 AM IST

ନିଆଳି: କଟକ ଜିଲ୍ଲା ନିଆଳି ବ୍ଲକ ପ୍ରାଚୀ ମଣ୍ଡପ ପରିସରରେ ନିର୍ମାଣ ଶ୍ରମିକ ସହାୟତା ସଭା ଅନୁଷ୍ଠିତ ହୋଇଯାଇଛି ।  ନିଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା  । ଏହି କାର୍ଯ୍ୟକ୍ରମରେ 134 ଜଣ ଶ୍ରମିକଙ୍କୁ ୧ କୋଟି ୧୪ ଶହ ଟଙ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ନୂତନ ଅଣ ସଂଗଠିତ ଶ୍ରମିକମାନଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା । ତେବେ ନିଆଳି ଓ କଣ୍ଟାପଡା ଅଞ୍ଚଳରୁ କିପରି ଅଧିକରୁ ଅଧିକ ଶ୍ରମିକ ପଞ୍ଜୀକୃତ ହୋଇପାରିବ ସେନେଇ ବୋର୍ଡର ଅଧକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ  । ତେବେ ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନିଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କୋଠାବାଡ଼ି ନିଗମ ଲିଃ ଅଧ୍ୟକ୍ଷା  ଶ୍ରୀମୟୀ ମିଶ୍ର,ନିଆଳି ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ଆତ୍ମାର ଅଧକ୍ଷ ବିଷ୍ଣୁ ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ଆଦିତ୍ୟ ପାଣି, ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । 

 ଏହା ମଧ୍ୟ ପଢନ୍ତୁ- ନୂଆପଡାରେ ସହାୟତା ପାଇଲେ ନିର୍ମାଣ ଶ୍ରମିକ

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.