ରାଜ୍ୟ କଂଗ୍ରେସ ଭବନରେ କର୍ଣ୍ଣାଟକ ଉତ୍ସବ, ଢୋଲ ବଜାଇଲେ ସୁର

By

Published : May 13, 2023, 12:44 PM IST

thumbnail

ଭୁବନେଶ୍ବର: ଆଉ କିଛି ସମୟ ପରେ ସ୍ପଷ୍ଟ ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ । ବିଜେପିକୁ ପଛରେ ପକାଇ ଆଗେଇ ଚାଲିଛି କଂଗ୍ରେସ। ଏକାଧିକ ଆସନରେ କଂଗ୍ରେସ ଲିଡ କରୁଥିବା ବେଳେ ରାଜ୍ୟ କଂଗ୍ରେସ ଭବନରେ କର୍ଣ୍ଣାଟକ  ଉତ୍ସବ ମନାଉଛନ୍ତି କର୍ମୀ। ବାଜା ବଜାଇ ବାଣ ଫୁଟାଇ ଉତ୍ସବ ମନାଉଛନ୍ତି କଂଗ୍ରେସର କର୍ମୀମାନେ। ଉତ୍ସବରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଢୋଲ ବଜାଉଥିବା ଦେଖିବାକୁ ମିଳିଛି। ''ଝାରସୁଗୁଡା ନ ହେଲା ନାହିଁ କର୍ଣ୍ଣାଟକର ଆମେ ଜିତିବାକୁ ଯାଉଛୁ । ଏହା ପରେ ଓଡିଶା ଆମର ଲକ୍ଷ୍ୟ। 2024 ରେ  କଂଗ୍ରେସ ସରକାର ଗଢିବ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ଓ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ l ରାଜ୍ୟରୁ ନବୀନ ପଟ୍ଟନାୟକ ମୂଳପୋଛ ଆମ ଲକ୍ଷ୍ୟ l କର୍ଣ୍ଣାଟକରେ ମୋଦି 300 କୋଟି ଖର୍ଚ୍ଚ କରିଥିଲେ କିନ୍ତୁ ଫଳ ଶୂନ l ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାର ଏହା ହେଉଛି ଫଳ l ତାଙ୍କ ପରିଶ୍ରମର ଫଳ କର୍ଣ୍ଣାଟକ ନିର୍ବାଚନରେ ସ୍ପଷ୍ଟ ବାରିତ ହୋଇଛି ବୋଲି କହିଛନ୍ତି ସୁର ରାଉତରାୟ ।''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.