ETV Bharat / entertainment

ହୀରାକୁଦ ପ୍ରଶଂସାରେ ବଲିଉଡ ଗାୟକ ଶାନ, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର - SINGER SHAN ON HIRAKUD DAM

ବଲିଉଡ ଗାୟକ ଶାନ ସମ୍ୱଲପୁର ଆସି ହୀରାକୁଦ ଡ୍ୟାମ ବୁଲି ଦେଖିଛନ୍ତି । ଯାହାର ଭିଡିଓ ସେୟାର କରି ସେ ପ୍ରଶଂସା କରିଥିବା ବେଳେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

SINGER SHAN ON HIRAKUD DAM
SINGER SHAN ON HIRAKUD DAM (ETV Bharat Odisha)
author img

By ETV Bharat Odisha Team

Published : Jan 9, 2025, 3:27 PM IST

ଭୁବନେଶ୍ୱର: ସମ୍ୱଲପୁର ପ୍ରଶଂସାରେ ବଲିଉଡ ଗାୟକ ଶାନ । ଗତ 7 ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶାନ ସମ୍ୱଲପୁର ଆସିଥିଲେ । ଏହି ସମୟରେ ସେ ସମ୍ୱଲପୁର ସହର ବୁଲିବା ସହ ହୀରାକୁଦ ଡ୍ୟାମ ମଧ୍ୟ ବୁଲି ଦେଖିଥିଲେ । ସେ ଏହି ଡ୍ୟାମର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ହୀରାକୁଦ ଡ୍ୟାମର ଖୁବ ପ୍ରଶଂସା କରିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାନଙ୍କ ଭିଡିଓକୁ ରିପୋଷ୍ଟ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ହୀରାକୁଦ ଡ୍ୟାମ୍ ପ୍ରଶଂସାରେ ଗାୟକ ଶାନ

singer shaan's post
singer shaan's post (instagram)

ବଲିଉଡ କଣ୍ଠଶିଳ୍ପୀ ଶାନ ଇନଷ୍ଟାଗ୍ରାମ ଷ୍ଟୋରୀରେ ହୀରାକୁଦ ଡ୍ୟାମର ଏକ ଭିଡିଓର ସେୟାର କରିଛନ୍ତି । ଭିଡିଓରେ ସେ କହୁଛନ୍ତି, ''ଦୁନିଆର ସବୁଠାରୁ ବଡ଼ ଡ୍ୟାମ ହୀରାକୁଦ ଡ୍ୟାମ । ଯାହା ସମ୍ୱଲପୁରରେ ଅବସ୍ଥିତ । ଏହାର ପରିବେଶ ବହୁତ ସୁନ୍ଦର । ସ୍ୱଚ୍ଛ ପାଣି ଦେଖିଲେ ସମୁଦ୍ର ପରି ମନେ ହେଉଛି । ଇଲେକଟ୍ରିକସିଟି, ପାୱାର ଏଠାରୁ ହିଁ ହେଉଛି । ସମସ୍ତଙ୍କୁ ଏଠାକୁ ଆସି ବୁଲି ଦେଖିବା ଦରକାର । ମୁଁ ମାଆ ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ପରିଦର୍ଶନ କଲି । ବହୁତ ସୁନ୍ଦର ଜାଗା ସମ୍ୱଲପୁରରେ ରହିଛି । ସମସ୍ତେ ସମ୍ବଲପୁର ଆସି ଏହାକୁ ଉପେଭାଗ କରନ୍ତୁ ।'' ତେବେ ଭିଡିଓରେ ଶାନଙ୍କୁ ସମ୍ବଲପୁରୀ ଜ୍ୟାକେଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ସେପଟେ ଶାନଙ୍କ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ''ସମ୍ବଲପୁରର ଏକ ଅସାଧାରଣ ଆକର୍ଷଣ ଅଛି । ଶାନ ହୀରାକୁଦ ପରିଦର୍ଶନ କରି ଆମ ସଂସ୍କୃତିକୁ ପ୍ରୋତ୍ସାହିତ କରୁଥିବାର ଦେଖି ଖୁସି ହେଲି । ସେହି ସମ୍ବଲପୁରୀ ଜ୍ୟାକେଟରେ ଆପଣ ବହୁତ ସୁନ୍ଦର ଲାଗୁଛନ୍ତି । ସମ୍ବଲପୁରରେ ଆଶ୍ଚର୍ଯ୍ୟଜନକ ଜିନିଷ ଅଛି । ଧନ୍ୟବାଦ ଶାନ ।''

ଏହା ମଧ୍ୟ ପଢନ୍ତୁ: ଓଡିଶାରେ ବଲିଉଡର ‘ଆନ୍ନା’, ଡାଲମାକୁ କଲେ ଭୂରି ଭୂରି ପ୍ରଶଂସା

ଶାନଙ୍କ ସମ୍ପର୍କରେ...

ଶାନଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଶାନ ନିଜ ଦମଦାର କଣ୍ଠ ସହ ଅନେକ ଗୀତ ଗାଇ ଦର୍ଶକଙ୍କ ମନରେ ରାଜ୍ କରିଆସିଛନ୍ତି । ଚାନ୍ଦ ସିଫାରିସ, ବମ ବମ ବୋଲେ, ଆଜ ଉନ ସେ ମିଲନା ହେ ହମେ, କଇ କହେ କେହେତା ରହେ, ହେ ସୋନା, ଓମ ଶାନ୍ତି ଓମ ଫିଲ୍ମ ଦିୱାନଗି ଦିୱାନଗି ଭଳି ଅନେକ ହିଟ୍ ଗୀତ ଗାଇ ଶ୍ରୋତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.