ETV Bharat / technology

Mahindra XEV 9e କାର ଦାମର ଖୁଲାସା; ଜାଣନ୍ତୁ କଣ ମିଳିବ ଫିଚର - MAHINDRA XEV 9E PRICES REVEALED

ମହିନ୍ଦ୍ରା ନିଜର ନୂଆ ଇଲେକଟ୍ରିକ ଏସୟୁଭି Mahindra XEV 9eର ଟପ୍‌-ସ୍ପେକ୍‌ ଭାରିଏଣ୍ଟର ଦାମ ସମ୍ପର୍କରେ ଖୁଲାସା କରିଛି । ଦାମ କେତେ ଓ କଣ ସୁବିଧା ମିଳିବ ଜାଣନ୍ତୁ...

Mahindra XEV 9e
Mahindra XEV 9e (Photo Credit- Mahindra & Mahindra)
author img

By ETV Bharat Tech Team

Published : 10 hours ago

ହାଇଦ୍ରାବାଦ: ସ୍ବଦେଶୀ ଏସୟୁଭି ନିର୍ମାତା କମ୍ପାନୀ Mahindra & Mahindra ନିଜର ଇଲେକଟ୍ରିକ ଏସୟୁଭି Mahindra XEV 9eର ଫୁଲି-ଲୋଡେଡ୍‌ ଭାରିଏଣ୍ଟ ଦାମର ଖୁଲାସା କରିଛି । ଏହା ହେଉଛି XEV 9eର ଟପ୍‌-ସ୍ପେକ୍‌ ଭାରିଏଣ୍ଟ, ଯେଉଁଥିରେ ଅନେକ ଅତ୍ୟାଧୁନିକ ଫିଚର ଭରି ରହିଛି । ତେବେ ଏହାର ଡିଜାଇନ, ଦାମ ଓ ଫିଚର କଣ ରହିଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

  • Mahindra XEV 9eର ଡିଜାଇନ

ଏହାର ଡିଜାଇନ ସମ୍ପର୍କରେ କହିଲେ, ଏଥିରେ ନୂଆ ଫେସ‌୍‌, ମହିନ୍ଦ୍ରା ଇଲେକଟ୍ରିକ୍‌ ଲୋଗୋ, ଲୋ-ସେଟ୍‌ ହ୍ୟାଣ୍ଡଲ୍ୟାମ୍ପ, 19 ଇଞ୍ଚର ହ୍ବିଲ, କୁପ୍‌ ଏସୟୁଭି ରୁଫଲାଇନ୍‌ ଓ କନେକ୍ଟେଡ୍‌ ଟେଲ୍‌ ଲ୍ୟାମ୍ପର ବ୍ୟବହାର କରାଯାଇଛି ।

  • Mahindra XEV 9eର ଇଣ୍ଟିରିଅର

ଏହାର ଇଣ୍ଟିରିଅର ବା ଭିତର ଡିଜାଇନ ସମ୍ପର୍କରେ କହିଲେ, ମହିନ୍ଦ୍ରା ଏଥିରେ ସେଗମେଣ୍ଟ-ଫର୍ଷ୍ଟ ଟ୍ରିପଲ ଡିଜିଟାଲ ଡିସପ୍ଲେର (3ଟି ସ୍କ୍ରିନ ଥିବା ଡ୍ୟାସବୋର୍ଡ ସେଟଅପ୍‌) ବ୍ୟବହାର କରିଛି । ଏହା ବ୍ୟତୀତ ଏଥିରେ ପାୱାର୍ଡ ଓ ଭେଣ୍ଟିଲେଟେଡ୍‌ ଫ୍ରଣ୍ଟ ସିଟ୍‌, ପେନାରୋମିକ୍‌ ଗ୍ଲାସ ରୁଫ୍‌, ମଲ୍ଟି-ଜୋନ କ୍ଲାଇମେଟ୍‌ କଣ୍ଟ୍ରୋଲ ଓ ଅଗମେଣ୍ଟେଡ୍‌ ଡିସପ୍ଲେ ସହିତ HUD ଭଳି ଫିଚର ପ୍ରଦାନ କରାଯାଇଛି । ମହିନ୍ଦ୍ରା ଏକ୍ସଇଭି 9ଇରେ ଅନ୍ୟ ଦୁଇଟି ଭାରିଏଣ୍ଟ ପରି କୁପେ ଏସୟୁଭି ଡିଜାଇନ ଦିଆଯାଇଛି । ଏଥିରେ ଡାଏମଣ୍ଡ-କଟ୍‌ ଆଲଏ ହ୍ବିଲ ଓ ଲଙ୍ଗ୍‌-ରେଞ୍ଜ 79kWh ବ୍ୟାଟେରୀ ପ୍ୟାକ୍‌ ପ୍ରଦାନ କରାଯାଇଛି ।

  • Mahindra XEV 9eର ସୁରକ୍ଷା ଫିଚର

ସୁରକ୍ଷା ଫିଚର ଭାବରେ ଏହାର ସମସ୍ତ ଭାରିଏଣ୍ଟରେ 7ଟି ଏୟାରବ୍ୟାଗ୍‌, ISOFIX ଚାଇଲ୍ଡ ସିଟ୍‌ ମାଉଣ୍ଟିଂ ପଏଣ୍ଟ, TPMS, ଇଲେକଟ୍ରିକ୍‌ ପାର୍କିଂ ବ୍ରେକ୍‌ ଓ ଲେଭଲ-2 ADAS ପ୍ରଦାନ କରାଯାଇଛି ।

  • Mahindra XEV 9eର ପାୱାରଟ୍ରେନ୍‌

ମହିନ୍ଦ୍ରା XEV 9e ଏକ 79kWh ବ୍ୟାଟେରୀ ପ୍ୟାକ୍ ମିଳିଥାଏ ଯାହାକି ଏକ ଇଲେକଟ୍ରିକ୍ ମୋଟର ସହିତ ଯୋଡି ହୋଇଛି । ଏହାର ଇଲେକଟ୍ରିକ୍ ମୋଟର 285bhpର ଶକ୍ତି ଏବଂ 380Nmର ଟର୍କ ପ୍ରଦାନ କରେ । ଏହାର ମୋଟର କାରର ପଛ ଚକକୁ ଶକ୍ତି ଦେବା ପାଇଁ ସେଟ୍ ହୋଇଛି । କମ୍ପାନୀ ଦାବି କରିଛି ଯେ ଏହାର ବ୍ୟାଟେରୀ ଥରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ 656 କିଲୋମିଟର ପର୍ଯ୍ୟନ୍ତ ଚାଲିବ । ଏହାର ଚାର୍ଜିଂ ସମୟ ହେଉଛି 20 ମିନିଟ୍, କିନ୍ତୁ 175kWh DC ଦ୍ରୁତ ଚାର୍ଜରେ କାରଟି 20-80% ପର୍ଯ୍ୟନ୍ତ ଚାର୍ଜ ହୋଇଥାଏ । ଏହାର ହୋମ ଚାର୍ଜରଗୁଡ଼ିକ 7.3 kWh କିମ୍ବା 11.2 kWh ଭାବରେ ଉପଲବ୍ଧ । କାରରେ ଏକାଧିକ ଡ୍ରାଇଭ୍ ମୋଡ୍ ମଧ୍ୟ ପ୍ରଦାନ କରାଯାଇଛି ।

  • କାହାକୁ ଦେବ ଟକ୍କର ?

ଏହି ଏସୟୁଭିର ଅନ୍ୟ ପ୍ରତିଦ୍ବନ୍ଦ୍ବୀ ସମ୍ପର୍କରେ କହିଲେ, ଭାରତୀୟ ବଜାରରେ ଏହି କାରଟି BYD Atto 3କୁ ଟକ୍କର ଦେଇପାରେ । କିନ୍ତୁ ଭବିଷ୍ୟତ କଥା ଦେଖିଲେ, ଏହି କାରର ଟକ୍କର Tata Harrier EV ଓ Tata Safari EV ମଧ୍ୟ ହେବ ।

ଏହା ବି ପଢନ୍ତୁ
  1. ଭାରତରେ ଲଞ୍ଚ ହେଲା 2025 Land Rover Defender; ଜାଣନ୍ତୁ ଦାମ ଓ ଫିଚର
  2. 2024ର ବେଷ୍ଟ ସେଲିଂ କାର କିଏ; Marutiକୁ ପଛରେ ପକାଇ ହାତେଇଲା ଟାଇଟଲ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.