ମେୟର-ବିଧାୟକ ତୁତୁ ମେମେ; ସିଟି ଯନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ, ଭୁଲ ମାନିଲେ ଯନ୍ତ୍ରୀ
🎬 Watch Now: Feature Video
କଟକ: ସିଏମ୍ସିର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନେଇ ମେୟର- ବିଧାୟକଙ୍କ ତୁ ତୁ ମେ ମେ ମଧ୍ୟରେ ଫସିଗଲେ ସିଟି ଇଞ୍ଜିନିୟର ! ଗତ କିଛିଦିନ ପୂର୍ବରୁ ମେୟର ସୁବାସ ସିଂଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ପରେ ଆଜି କଂଗ୍ରେସର ଟାର୍ଗେଟ୍କୁ ଆସିଛନ୍ତି ସିଟି ଇଞ୍ଜିନିୟର ଅତନୁ କୁମାର ସାମନ୍ତ । ସର୍ଭିସ୍ କୋଡ୍ ରୁଲ୍କୁ ଭଙ୍ଗ କରି ସିଟି ଇଞ୍ଜିନିୟର ବିଜେଡିର ଦଳୀୟ କର୍ମୀଙ୍କ ଭଳି ମେୟର କର୍ପୋରେଟରଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏନେଇ ଆଜି କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଇଞ୍ଜିନିୟରଙ୍କୁ ଭେଟି ଚେତବନୀ ଦେଇଛନ୍ତି । ଗିରିବାଳା କହିଛନ୍ତି, "ମେୟର ଓ ଦଳୀୟ କର୍ପୋରେଟରଙ୍କ ସହ ସିଟି ମୁଖ୍ୟ ଇଞ୍ଜିନିୟର କାହିଁକି ବସିଲେ । ସେ ଜଣେ ସରକାରୀ କର୍ମଚାରୀ । ତାଙ୍କର କିଛି ନିୟମ ରହିଛି । ତାହାକୁ ସେ ଖୁଲମ ଖୁଲା ଭଙ୍ଗ କରିଛନ୍ତି । ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ପ୍ରେସ୍ମିଟ୍ ଡାକିଥିଲେ ସିଏମ୍ସି ମେୟର । ହେଲେ ସିଟି ଇଞ୍ଜିନିୟର ସେଠାରେ ବସିବାର ଯଥାର୍ଥ ନାହିଁ ।"
ଇଟିଭି ଭାରତ, କଟକ