କଂଗ୍ରେସର ତୁଳସୀ ଯାତ୍ରା, 30ରେ ରାଉରକେଲାରେ ହେବ ତୁଳସୀ ସଂଗ୍ରହ - କଂଗ୍ରେସର ତୁଳସୀ ଯାତ୍ରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 25, 2023, 10:05 PM IST

ରାଉରକେଲ: ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ତୁଳସୀ ଯାତ୍ରା ଆରମ୍ଭ କରିବ କଂଗ୍ରେସ ।  ରାଜ୍ୟ ପ୍ରଦେଶ କଂଗ୍ରେସର ନିଆରା ପଦକ୍ଷେପ । ସମ୍ପୂର୍ଣ୍ଣ ରାଜ୍ୟରେ କରାଯିବ ତୁଳସୀ ଯାତ୍ରା । ତେବେ ଏହି ପରିପ୍ରେକ୍ଷୀରେ ରାଉରକେଲା କଂଗ୍ରେସ ପକ୍ଷରୁ ମଧ୍ୟ ତୁଳସୀ ଯାତ୍ରାର ଆୟୋଜନ କରାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ରାଉରକେଲା କଂଗ୍ରେସ ନେତା ରଶ୍ମୀ ପାଢ଼ୀ । ଏହାକୁ ନେଇ ରାଉରକେଲାରେ ଆସନ୍ତା 30 ତାରିଖରେ ବିଭିନ୍ନ ବ୍ଲକରୁ ତୁଳସୀ ପତ୍ର ସଂଗ୍ରହ କରାଯିବ । ଏହା ଭୁବନେଶ୍ବର ନିଆଯିବା ପରେ ସମସ୍ତ ତୁଳସୀକୁ ଶ୍ରୀକ୍ଷେତ୍ରକୁ ପଠାଯିବ ।  

ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରତି ଅବହେଳା ଏବଂ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅବହେଳାକୁ ନେଇ ପୂର୍ବରୁ ନିଆରା ସଂକୀର୍ତ୍ତନ ପ୍ରତିବାଦ କରିଥିଲା କଂଗ୍ରେସ ।  ବର୍ତ୍ତମାନ  ବିଭିନ୍ନ ଦାବିକୁ ନେଇ ଏହି ତୁଳସୀ ଯାତ୍ରାର ଆୟୋଜନ ହୋଇଛି । ବିଭିନ୍ନ ଦାବି ଗୁଡିକ ମଧ୍ୟରେ ରହିଛି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ମରାମତି, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ଓ ଭଣ୍ଡାର ଗୃହ ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାର ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତ ମୋଣହି ଜମି ଏବଂ ଚାଷୀଙ୍କ ଚାଷ ଜମି ତୁରନ୍ତ ଫେରସ୍ତ ଆଦି ଦାବି କରିଛି କଂଗ୍ରେସ । ବର୍ତ୍ତମାନ ସମସ୍ତ ବ୍ଲକରୁ ତୁଳସୀ ସଂଗ୍ରହ କରି ତୁଳସୀ ଯାତ୍ରା ଆୟୋଜନ କରିଛି । ଜନସାଧାରଣଙ୍କୁ କଂଗ୍ରେସ ସହ ଯୋଡିବାକୁ ଦଳର ଏହା ଏକ ଅଭିନବ ପ୍ରୟାସ । ଓଡିଶାବାସୀଙ୍କ ଧର୍ମୀୟ ଭାବନା ସହ କଂଗ୍ରେସକୁ ଯୋଡିବାକୁ କଂଗ୍ରେସ  ପକ୍ଷରୁ ଏପରି ଉଦ୍ୟମ କରାଯାଉଛି । ତେବେ ରାଉରକେଲା ସହର ସମେତ ସାରା ରାଜ୍ୟରେ ପ୍ରତିବାଦ କରୁଛି କଂଗ୍ରେସ  ।  

ଏହା ମଧ୍ୟ ପଢ଼ନ୍ତୁ......କଂଗ୍ରେସ ଭବନରେ ପହଞ୍ଚିଲା ପ୍ରଥମ ତୁଳସୀ, ଡିସେମ୍ବର ୧ରେ ତୁଳସୀ ଯାତ୍ରା

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.