କଳାହାଣ୍ଡିରେ କଂଗ୍ରେସର ମଣ୍ଡି ଚାଲ ଅଭିଯାନ

By ETV Bharat Odisha Team

Published : Dec 27, 2023, 9:52 PM IST

thumbnail

Congress Mandi Chalo campaign : ଭବାନୀପାଟଣା: କଳାହାଣ୍ଡି ଧାନ ଉତ୍ପାଦନରେ ଏକ ଅଗ୍ରଣୀ ଜିଲ୍ଲା ଭାବରେ ପରିଚିତ । ଚଳିତ ବର୍ଷ ପାଣିପାଗ ଭାଲ ହେବା କାରଣରୁ ଜିଲ୍ଲାରେ ଚାଷ କାମ ମଧ୍ୟ ଭଲ ହୋଇଥିଲା । ଅମଳ ଧାନକୁ ନେଇ ଚାଷୀ ଉତ୍ସାହିତ ଥିବା ବେଳେ ମଣ୍ଡି ସମସ୍ୟା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଧାନ କ୍ରୟ ପାଇଁ ପ୍ରଶାସନ ମଣ୍ଡି ବ୍ୟବସ୍ଥା କରିଥିବା ବେଳେ ତାହା ଏପର୍ଯ୍ୟନ୍ତ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରି ନାହିଁ । ତେବେ ଚାଷୀଙ୍କ ସମସ୍ୟାକୁ ନେଇ ପ୍ରଦେଶ କିଷାନ କଂଗ୍ରେସ କର୍ମୀ ବିଭିନ୍ନ ମଣ୍ଡି ବୁଲିବା ସହ ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।  

ତେବେ କଳାହାଣ୍ଡି ଜିଲ୍ଲାର ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳରେ ଧାନ ଅମଳ ଶେଷ ପର୍ଯ୍ୟାୟରେ । ବିଶେଷକରି ଜୟପାଟଣା, ଧର୍ମଗଡ, ଜୁନାଗଡ ଓ ଭବାନୀପାଟଣା ବ୍ଲକରେ ଚାଷୀ ଧାନ ଅମଳ କରି ଖଳାରେ ରଖିଛି । ମୋଟ ଚାଷର ପ୍ରାୟ ୮୦ ଭାଗ ଆମଳ ହୋଇସାରିଥିଲେ ହେଁ ଜିଲ୍ଲାରେ ସରକାରୀ ଦରରେ ଧାନ ସଂଗ୍ରହ ଠିକ୍ ଭାବରେ ହୋଇ ପାରିନାହିଁ । ଜିଲ୍ଲାରେ ପ୍ରାୟ ୨୦୦ ଟି ଧାନ ମଣ୍ଡି ମାଧ୍ୟମରେ ଧାନ କ୍ରୟକୁ ତ୍ଵରାନିତ କରିଛି ଜିଲ୍ଲା ଯୋଗାଣ ବିଭାଗ । ହେଲେ ବିଭିନ୍ନ ମଣ୍ଡିମାନଙ୍କରେ ଚାଷୀଙ୍କ ଧାନ ଦିନ ଦିନ ଧରି ପଡ଼ି ରହୁଥିବା ବେଳେ ଏହାକୁ ନେଇ ଏବେ ରଜନୈତିକ ମାହୋଲ୍ ମଧ୍ୟ ସରଗରମ ହେବାରେ ଲାଗିଛି । ଚାଷୀଙ୍କ ମଣ୍ଡି ସମସ୍ୟାକୁ ନେଇ କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ତରଫରୁ ମଣ୍ଡି ଚାଲ ଅଭିଯାନ ଆରମ୍ଭ ହୋଇଛି । ଆଜି ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ନେତୄତ୍ବରେ ସ୍ଥାନୀୟ କଂଗ୍ରେସ କର୍ମୀଙ୍କୁ ନେଇ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.......ମଣ୍ଡି ସମସ୍ୟା ନେଇ ପୁଣି ଗର୍ଜିଲା କିଷାନ କଂଗ୍ରେସ, କ୍ବିଣ୍ଟାଲ ପିଛା ୬ଶହ ଟଙ୍କା ବୋନସ ଦାବି

ଏହି ଗସ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତୁଳେଶ୍ବର ନାଏକ, ଜିଲ୍ଲା ସାଧାରଣ ସଂପାଦକ ପ୍ରଭାତ ଦାସ ଓ ଜିଲ୍ଲା ସଭାପତି ଭାରତ ବେମାଲ ବିଭିନ୍ନ ମଣ୍ଡି ଗସ୍ତ କରି ମଣ୍ଡି ସମସ୍ୟା ଉପରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ଛୋରିଆଗଡ ଗାଁରେ ଏକ କିଷାନ ମହାପଞ୍ଚାୟତରେ ଯୋଗ ଦେଇଥିଲେ । ମଣ୍ଡି ସମସ୍ୟା ନେଇ ସରକାରଙ୍କ  ମଣ୍ଡି ପରିଚାଳନା ବ୍ୟବସ୍ଥା ତୄଟିପୂର୍ଣ ବୋଲି କହିଥିଲେ । ଆଗାମୀ ଦିନରେ ମଣ୍ଡି ସମସ୍ୟାରେ ସୁଧାର ନଆସିଲେ ରାଜ୍ୟ ବ୍ୟାପି ଆନ୍ଦୋଳନ ହେବ ବୋଲି କଂଗ୍ରେସ ନେତା ପ୍ରକାଶ କରିଛନ୍ତି ।  

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.