thumbnail

By ETV Bharat Odisha Team

Published : Sep 30, 2023, 4:34 PM IST

ETV Bharat / Videos

କଂଗ୍ରେସ ପକ୍ଷରୁ 'ଘର ଘର ହାତ ଘର ଘର କଂଗ୍ରେସ'

ଫୁଲବାଣୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ ଏଥିପାଇଁ ରାଜନୈତିକ ଦଳଗୁଡିକ ନିଜ ନିଜର ଶକ୍ତି ଗୋଟାଇବା ଆରମ୍ଭ କରିଲେଣି । ଏହାରି ଭାତରେ କଂଗ୍ରେସ ଆରମ୍ଭ କରିଛି 'ଘର ଘର ହାତ ଘର ଘର କଂଗ୍ରେସ ' କର୍ଯ୍ୟକ୍ରମ । ତେଣୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ମଧ୍ୟ ଏହି କର୍ଯ୍ୟକ୍ରମ  କରାଯାଇଛି ।

କଂଗେସ ଦଳ ପକ୍ଷରୁ ସ୍ଥାନୀୟ ବ୍ଲକ ଓ ନଗର କମିଟି ତରଫରୁ ସମନ୍ୱିତ ସଭାଗୃହ ଠାରେ'ଘର ଘର ହାତ ଘର ଘର କଂଗ୍ରେସ ' ନାରା ନେଇ ଏକ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବର୍ତ୍ତମାନ ପରିସ୍ଥିତି ରେ ଘୁ. ଉଦୟଗିରି ନଗର ଓ ବ୍ଲକ ସ୍ତରରେ ଘରେ ଘରେ ହାତ ସବୁ ଘରେ କଂଗ୍ରେସ ଦଳ କୁ ସଂଗଠିତ କରି ପୁଣି ଥରେ  ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦଳ ବିଜୟ ହାସଲ କରିବା ପାଇଁ ଏହି କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ....ବିରୋଧ ସ୍ୱରକୁ ମ୍ୟାନେଜ କରୁଛନ୍ତି ଦୁଇଟି ମ୍ୟାନେଜମେଣ୍ଟ: ଜୟନାରାୟଣ

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ଜିଲ୍ଲା କଂଗ୍ରେସ ସମ୍ପାଦକ ଜାକେସ ପ୍ରଧାନ ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ବ୍ଲକ ସଭାପତି ସଦାନନ୍ଦ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଡି ଡି ସି ସଭାପତି ଅନାମ ନାୟକ, ଅମିର୍ ଚାନ୍ଦ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।  ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି କର୍ମୀ ଏକଜୁଟ କରିବା ସହ ଦେଶର ସବୁଠାରୁ ପୁରାତ୍ତନ ଦଳ ତଥା ବୃହତ୍ ଜାତୀୟ ଦଳକୁ ସଂଗଠିତ କରି ତୃଣମୂଳ ସ୍ତରରେ ଦଳ ପାଇଁ କାମ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ । ଶେଷରେ ନଗର ସଭାପତି ସୂର୍ଯ୍ୟକାନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.