thumbnail

By

Published : Jul 21, 2023, 1:35 PM IST

ETV Bharat / Videos

Watch: ପେସାଦାର ଅପରାଧିର ଘର ଭାଙ୍ଗିଲା କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ବର: ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼ । ଆଇନକୁ ହାତକୁ ନେଲେ ହାତକଡି ପିନ୍ଧାଇବା ସହ ଅସଲ ରୂପ ଦେଖାଇବ ପୋଲିସ । ପେଶାଦାର ଅପରାଧୀଙ୍କୁ ଗିରଫ କରି ଟ୍ରେଲର ଦେଖାଇଥିବା ପୋଲିସ ଏବେ ଦେଖାଇଛି ପୁରା ଫିଲ୍ମ । ଅପରାଧିର ଘର ଉପରେ ଚଳାଇଛି ବୁଲଡୋଜର । ଗତ ମେ' ୨୫ ତାରିଖ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧୀନ ଜିଇଡି ବସ୍ତିରେ ସୁଶାନ୍ତ ନାୟକଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଘର ଭଙ୍ଗାଯାଇଛି । ଅଭିଯୁକ୍ତମାନେ ସରକାରୀ ଜାଗାରେ ଘର କରି ଅପରାଧ ଭିଆଉଥିଲେ । ପରେ ପୋଲିସ ଦ୍ଵାରା ଗିରଫ ହୋଇ ଜେଲ ଯାଇଥିଲେ । ଆଉ ସେହି ପେସାଦାରଙ୍କର ମୂଳୋତ୍ପାଟନ ପାଇଁ ତାଙ୍କ ବ୍ୟବସାୟର ଗଡକୁ ଭାଙ୍ଗିଛି କ୍ୟାପିଟାଲ ଥାନା ପୋଲିସ । 
ଏହାମଧ୍ୟ ପଢନ୍ତୁ: ସୁଶାନ୍ତ ନାୟକ ହତ୍ୟା ଘଟଣା, 3 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ


ସୁଶାନ୍ତ ନାୟକ ହତ୍ୟାକାଣ୍ଡକୁ ଘଟଣାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ବିଶାଲ ନାୟକ, ଅଜିତ ନାୟକ, ସୁଜିତ ନାୟକ ଓ ଟିକିଲି ନାୟକ । ଏମାନେ ଦୀର୍ଘ ଦିନ ଧରି ସରକାରୀ ଜାଗାରେ ଘର କରି ନିଶା ବେପାର କରିବା ସହ ଅପରାଧ ଘଟାଉଥିଲେ । ଗତ କିଛି ଦିନ ତଳେ ୟୁନିଟ ୬ ଅଞ୍ଚଳରେ ରହୁଥିବା ଜଣେ ବିଧାନସଭା ଏଏସଓଙ୍କ ଘରୁ ଚୋରି ଘଟଣାରେ ମଧ୍ୟ ଅଭିଯୁକ୍ତର ଘର ଭାଙ୍ଗି ଅପରାଧୀଙ୍କୁ କଡା ଚେତାବନୀ ଦେଇଥିଲା ପୋଲିସ । ତେବେ କମିସନରେଟ ପୋଲିସ ଅପରାଧ ଓ ଅପରାଧୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଉଥିବା ସୂଚନା ଦେଇଛନ୍ତି ଏସିପି । 

 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.