Viral Video: ଜୋତା ଭିତରେ ଲୁଚିଥିଲା ନାଗସାପ - ଚପଲ ଭିତରେ ନାଗ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/10-11-2023/640-480-19990082-thumbnail-16x9-snake.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 10, 2023, 11:53 AM IST
ଚେନ୍ନାଇ: ସୋସିଆଲ ମିଡିଆରେ ସାପର ଅନେକ ଭିଡିଓ ଦେଖିବାକୁ ମିଳେ । କେତେବେଳେ ସାପ ଜୋତା ଭିତରେ ଲୁଚିଥାଏ ତ ଆଉ କେତେବେଳେ ଶୋଚାଳୟରୁ ବାହାରେ । ସେହିପରି ସ୍କୁଲ ଜୋତା ଭିତରେ ନାଗସାପ ଲୁଚିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ତାମିଲନାଡୁ କୋଏମ୍ବାଟୁର ଜିଲ୍ଲା ଭେଙ୍କଟେଶ୍ବର ନଗରର । ଏଠାରେ ରହୁଥିବା ପ୍ରଦୀପ ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ସ୍କୁଲ ଯିବା ପାଇଁ ଜୋତା ପିନ୍ଧିବା ସମୟରେ ସାପକୁ ଦେଖିଥିଲେ ।
ଏହାମଧ୍ୟ ପଢନ୍ତୁ: ରୋଷେଇ ଘରେ ଖେଳିଲା ୧୫ ଫୁଟର ବିରଳ ଅହିରାଜ
ସୂଚନା ଅନୁସାରେ, ପ୍ରଦୀପଙ୍କ ଘର ଭିତରେ ଥିବା ଏକ ଜୋତାଷ୍ଟାଣ୍ଡରେ ତାଙ୍କର ସ୍କୁଲ ଜୋତା ରଖାଯାଇଥିଲା । ପିଲାଟି ଜୋତା ପିନ୍ଧିବାକୁ ଯିବାବେଳେ ସାପ ଉପରେ ନଜର ପଡିଥିଲା । ଏହାଦେଖି ପ୍ରଦୀପ ଦୌଡି ଯାଇ ନିଜ ବାପାମାଆଙ୍କୁ ଜଣାଇଥିଲେ । ତାଙ୍କର ବାପାମାଆ ସାପ ଧରାଳୀଙ୍କୁ ଡକାଇ ଜୋତା ଭିତରୁ ନାଗସାପକୁ ବାହାର କରିଥିଲେ । ତେବେ ସାପ ଧରାଳୀ ଉଦ୍ଧାର ସାପକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଥିବାର ଜଣାପଡିଛି । ସାଧାରଣତଃ ବର୍ଷା ଦିନେ ସାପଗୁଡିକ ବାସସ୍ଥଳୀ ସନ୍ଧାନରେ ଏଣେତେଣେ ବୁଲିଥାନ୍ତି । ଯାହାଫଳରେ ସେମାନେ କେତେବେଳେ ଜୋତା ଭିତରେ ତ ଆଉ କେତେବେଳେ ଘରର କୌଣସି ଛୋଟ ଛୋଟ ସ୍ଥାନରେ ଲୁଚି ଯାଇଥାନ୍ତି । ତେଣୁ ଚପଲ ପିନ୍ଧିବା ପୂର୍ବରୁ ଏହାକୁ ଭଲ ଭାବେ ଦେଖିବା ଆବଶ୍ୟକ ।