ଆସୁଛି ଲଘୁଚାପ ବର୍ଷା, ଜାଣନ୍ତୁ କଟକରେ ଡ୍ରେନର ସ୍ଥିତି ? - ଡ୍ରେନର ସ୍ଥିତି ସମୀକ୍ଷା କଲା ସିଏମସି

🎬 Watch Now: Feature Video

thumbnail

By

Published : Jun 24, 2023, 6:35 PM IST

କଟକ: ମୌସୁମୀ ଆସିବା ପରେ କଟକ ସହରରେ ଆରମ୍ଭ ହୋଇଛି ବର୍ଷା । ଜାଇକା ଓ ବକ୍ସ ଡ୍ରେନ କାମ ଚାଲିଥିବାରୁ କର୍ତ୍ତୃପକ୍ଷ ସହରର ମୁଖ୍ୟ ଡ୍ରେନକୁ ଅବରୋଧ କରି ରଖିଛନ୍ତି । ଫଳରେ ବର୍ଷା ଜଳ ନିଷ୍କାସନ ନେଇ ସମସ୍ୟା ସୃଷ୍ଟି ହେଉଛି । ସେପଟେ କାମକୁ କୌଣସି ପ୍ରକାର ବାଧା ନପହଞ୍ଚାଇ କିଭଳି ଜଳବନ୍ଦୀ ସମସ୍ୟା ସମାଧାନ ହେଇପାରିବ ସେନେଇ ରିତିମତ କସରତ ଆରମ୍ଭ କରିଛି ସିଏମସି । ହେଲେ ଡ୍ରେନ ଅବରୋଧ କରି ରଖାଯାଇଥିବାରୁ ବିନା ବର୍ଷାରେ ମଧ୍ୟ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶୁଛି । ଜାଇକା ଓ ବକ୍ସ ଡ୍ରେନ କାମ ଚାଲିବା ସତ୍ତ୍ୱେ କିଭଳି ଅଧିକ ବର୍ଷା ହେଲେ ଜଳ ନିଷ୍କାସନ ହେଇପାରିବ, ସେନେଇ ସିଏମସି ମେୟର, କମିଶନର ଓ ପୂର୍ବତନ ବିଧାୟକ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । କାମ ଯୋଗୁଁ କିଭଳି ଜଳ ନିଷ୍କାସନ ବାଧାପ୍ରାପ୍ତ ହେବ ନାହିଁ, ସେ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିଛି ସିଏମସି । ବର୍ଷା ଜଳ ନିଷ୍କାସନ ପାଇଁ ସିଏମସି ପକ୍ଷରୁ ଭଲବୋ ପମ୍ପ ସହ ପ୍ରାୟ ଅଢେଇ ଶହ ପମ୍ପର ବ୍ୟବସ୍ଥା କରାଯାଇଥିବା ମେୟର ସୂଚନା ଦେଇଛନ୍ତି । ବର୍ଷା ଜଳ ନିଷ୍କାସନ ଲାଗି ଅଧିକ ସଂଖ୍ୟକ ଉଚ୍ଚ କ୍ଷମତା ଶକ୍ତି ସମ୍ପନ୍ନ ପମ୍ପ ପ୍ରସ୍ତୁତ ରଖା ଯାଇଛି ବୋଲି ମେୟର ସୂଚନା ଦେଇଛନ୍ତି। ରାଉସାପାଟଣା ଠାରୁ ସେମିନାରୀ ଛକ ପର୍ଯ୍ୟନ୍ତ ଯାଇଥିବା ନାଳକୁ ମଧ୍ୟ 30 କୋଟି ଟଙ୍କା ବ୍ୟୟରେ ବକ୍ସ ଡ୍ରେନର ରୂପ ଦିଆଯିବ ବୋଲି ମେୟର କହିଛନ୍ତି । ବର୍ଷା ଦିନରେ ଆଉ ପୂର୍ବ ଭଳି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବ ନାହିଁ ସିଏମସି କମିଶନର ସୂଚନା ଦେଇଛନ୍ତି । 
 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.