କଟକରେ ଡେଙ୍ଗୁ ବିପଦ ନାହିଁ: ମେୟର - କଟକରେ ଡେଙ୍ଗୁ ସ୍ଥିତି ନେଇ ମେୟରଙ୍କ ପ୍ରତିକ୍ରିୟା

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 25, 2023, 12:50 PM IST

କଟକ: ରାଜଧାନୀ ଭୁବନେଶ୍ବରଠୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଥିବା ବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପରେ କଟକ ବର୍ତ୍ତମାନ 4 ନମ୍ବର୍ ସ୍ଥାନରେ ରହିଛି । ବିଶେଷ ଭାବରେ କଟକ ସହରର ସିଡିଏ ସେକ୍ଟର ନମ୍ବର୍ 10 ଓ 11 ଅଞ୍ଚଳରେ ଡେଙ୍ଗୁ ଅଧିକ କାୟା ବିସ୍ତାର କରିଥିବା ବେଳେ କଟକ ମହାନଗର ନିଗମର ସେତେଟା ଆଖି ଦୃଶିଆ ପଦକ୍ଷେପ ଗ୍ରହଣ ନ କରାଯିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ଏଥିପାଇଁ ଗତକାଲି(ଗୁରୁବାର) କଟକ ମହାନଗର ନିଗମ ମେୟର ଏହି ଡେଙ୍ଗୁକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।

ସେ କହିଛନ୍ତି, ''କଟକରେ ଏଯାବତ କୌଣସି ଚିନ୍ତା ଜନକ ସ୍ଥିତି ଉପୁଜି ନାହିଁ । ସ୍ୱାସ୍ଥ୍ୟସେବା, ପରିମଳ, ଡୋର ଟୁ ଡୋର କ୍ୟାମ୍ପେନ , ଜାରି ରଖିଛି ସିଏମସି । ତେବେ ଡେଙ୍ଗୁରେ କଟକ ମୃତ୍ୟୁ ରିପୋର୍ଟ ଶୂନ୍ୟ ରହିଛି । 8 ମାସରେ ମାତ୍ର 170 ମାମଲା ରହିଛି । ଡେଙ୍ଗୁକୁ ନେଇ ମହାନଗର ଓ ଜିଲ୍ଲା ପ୍ରତି କୌଣସି ବିପଦ ନାହିଁ । ତେବେ ସିଏମସି ସଜାଗ ରହିବା ସହ ଡେଙ୍ଗୁ ମୁକାବିଲା ଦିଗରେ ପ୍ରୟାସ ଜାରି ରଖିଛି । ପୂର୍ବରୁ ସିଡିଏମଓ କହିଥିଲେ ଡେଙ୍ଗୁ ରୋଗ ପାଇଁ କୌଣସି ପ୍ରକାର ଆତଙ୍କ ହେବାର କାରଣ ନାହିଁ । ଏହି ଡେଙ୍ଗୁ ରୋଗ ୯୫% ଭଲ ହୋଇଯାଏ । ଅବଶିଷ୍ଟ ୫% ବିପଦ ସୃଷ୍ଟି କରିଥାଏ । କଟକ ଜିଲ୍ଲା ଡେଙ୍ଗୁ ରୋଗରେ ଚତୁର୍ଥ ସ୍ଥାନରେ ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଥିବା ଡ଼ାକ୍ତରଖାନାରେ ୧୦ଟି ଏବଂ ପ୍ରତି ବ୍ଲକରେ ଦୁଇଟି ଲେଖା ବେଡ୍ ଡେଙ୍ଗୁ ରୋଗୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । କଟକ ବଡ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ପାଇଁ ୭୦ଟି ବେଡ୍ ର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ।'' 

ଏହା ବି ପଢନ୍ତୁ...ଡେଙ୍ଗୁ ଓ ମ୍ୟାଲେରିଆ ସମ୍ବନ୍ଧୀୟ ମୃତ୍ୟୁ ତଥ୍ୟ ଦେବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.