thumbnail

By ETV Bharat Odisha Team

Published : Sep 22, 2023, 9:21 PM IST

ETV Bharat / Videos

ଆକ୍ସନ ମୋଡରେ ସିଏମସି, ପାର୍ବଣ ପୂର୍ବରୁ ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ରେଡ଼

କଟକ: ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ସିଏମସି । ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ଚଢ଼ାଉ। ଖାଦ୍ୟର ମାନ ଓ ଫୁଡ଼ ଲାଇସେନ୍ସ ତଦାରଖ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ । କଟକର ଗୌରୀ ଶଙ୍କର ପାର୍କ ନିକଟରେ ଥିବା 50ରୁ ଉର୍ଦ୍ଧ୍ବ ଷ୍ଟିଟ ଫୁଡ଼ ଷ୍ଟଲ ଉପରେ ଚଢ଼ାଉ କରିଛି ସିଏମସି ସ୍ୱାସ୍ଥ୍ୟ  ବିଭାଗ ଟିମ । ଏହି ରେଡ଼ ସମୟରେ ଅନେକ ବ୍ୟବସାୟୀ ଫାଇନ ଗଣିଥିବା ବେଳେ ଲାଇସେନ୍ସ ନଥିବା ବ୍ୟବସାୟୀମାନେ ଶୀଘ୍ର ଆଦେବନ କରିବା ପାଇଁ ତାଗିଦ କରିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ । 

ତେବେ କଟକରେ ପାର୍ବଣ ଆସିଲେ ଫାଷ୍ଟ ଫୁଡ଼ର ଚାହିଦା ଦୁଇ ଗୁଣ ହୋଇଯାଏ। ଯେପରି ମୋମୋ, ଫାଷ୍ଟ ଫୁଡ଼ ,ପାଓଭାଜି, ପାମ୍ପଡ଼ି ଚାଟ, ଗୁପଚୁପ , ଚିକେନ୍ ଆଇଟମ ଇତ୍ୟାଦି । ତେବେ ଏହି ସମୟରେ କଟକରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟ କୁ ଦୃଷ୍ଟିରେ ରଖି ଏହି ଚଢ଼ାଉ କରିଛି ଟିମ ।  ଆଗମୀ ସମୟରେ ଲାଇସେନସ ପଞ୍ଜୀକରଣ କରିବା ସହ ଏପରି ନିମ୍ନମାନର ଖାଦ୍ୟ ବିକ୍ରି ନକରିବାକୁ ବ୍ୟବସାୟୀଙ୍କୁ ତାଗିଦ କରାଯାଇଛି । ଦୋକାନୀମାନଙ୍କୁ ସଚେତନତା ତାଲିମ ମଧ୍ୟ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମହାନଗର ନିଗମ ଫୁଡ୍ ସ୍କ୍ୱାଡ ଅଧିକାରୀ ସତ୍ୟବ୍ରତ ମହାପାତ୍ର । 

ତେବେ ପୁର୍ବରୁ କଟକର ରାଣୀହାଟ ପୋଲ ନିକଟରେ ବିଭିନ୍ନ ଫୁଡ଼ ଷ୍ଟଲରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଟିମ ଚଢ଼ାଉ କରିଥିଲା। ଅସ୍ୱାସ୍ଥ୍ୟକର ପରିବେଶ ଓ ଅପମିଶ୍ରଣ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଡ଼ାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ସିଏମସି ପକ୍ଷରୁ ଏହି ଚଢ଼ାଉ ହୋଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.