ଯୁବ ଓ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

By

Published : Jul 5, 2023, 7:51 PM IST

thumbnail

ଭୁବନେଶ୍ବର: ଆଗକୁ ରହିଛି ସାଧାରଣ ନିର୍ବାଚନ । ନିର୍ବାଚନ ଜିଣିବା ଲାଗି ଛାମୁଆ ସଂଗଠନର ଭୂମିକା ଗୁରୁତ୍ବପୂର୍ଣ୍ଣ । ଛାମୁଆ ସଂଗଠନକୁ ଉଚିତ ମାର୍ଗରେ ପରିଚାଳନା କଲେ ଦଳକୁ ମିଳିବ ବଡ଼ ସଫଳତା । ଏହାକୁ ବେଶ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ବିଜେଡିର ଥିଙ୍କ୍‌-ଟ୍ୟାଙ୍କ୍‌ । ଯୁବ ଓ ଛାତ୍ର ସଂଗଠନକୁ ଉଚିତ ରଣନୀତି ସହ ଦାୟିତ୍ବ ଦେଲେ ଦଳକୁ ୨୦୨୪ରେ ଫାଇଦା ମିଳିବ । ତେଣୁ ଆସନ୍ତାକାଲି ଆୟୋଜନ ହେଉଛି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ । ଶଙ୍ଖ ଭବନ ଉଦ୍‌ଘାଟନ ପରେ ବିଜୁ ଯୁବ ଜନତା ଦଳ ତଥା ବିଜେଡିର ଏହା ପ୍ରଥମ କାର୍ଯ୍ୟକ୍ରମ । ଏହାପରେ ୧୪ ତାରିଖରେ ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ । ଉଭୟ କାର୍ଯ୍ୟକ୍ରମକୁ ବିରାଟ ଆକାରରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛି ଦଳ । ଦଳର ବରିଷ୍ଠ ନେତା କାର୍ଯ୍ୟକ୍ରମରେ ସାମିଲ ହୋଇ ଯୁବ ନେତା ଓ ନେତ୍ରୀଙ୍କୁ ମାର୍ଗଦର୍ଶନ ଦେବେ ।

ସବୁଠାରୁ ବଡ଼ କଥା ହେଉଛି, କାର୍ଯ୍ୟକାରିଣୀକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ନା ପ୍ରତ୍ୟକ୍ଷ ଭାବେ ନବୀନ ଉଦ୍‌ଘାଟନ କରିବେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ କାର୍ଯ୍ୟକ୍ରମରେ ନବୀନ ଉଦ୍‌ବୋଧନ ଦେବେ । ଏହି କାର୍ଯ୍ୟକାରିଣୀରେ ଜିଲ୍ଲା ଯୁବ ବିଜେଡି ସଭାପତି ଓ ଦାୟିତ୍ବରେ ଥିବା କର୍ମକର୍ତ୍ତା ଯୋଗ ଦେବେ । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀରେ ସଂଗଠନର ଆଗାମୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ସେହିପରି ଆଗାମୀ ଦିନରେ ଯୁବ ଜନତା ଦଳର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ନିର୍ବାଚନ ଥିବାରୁ ସ୍ବତନ୍ତ୍ର ଭାବେ ରଣନୀତି ପ୍ରସ୍ତୁତ ହେଉଛି । ଯୁବ ଜନତା ଦଳକୁ ଅଧିକରୁ ଅଧିକ କ୍ରିୟାଶୀଳ କରିବା ପାଇଁ ଓ ତୃଣମୂଳସ୍ତରରେ ସୁଦୃଢ କରିବା ପାଇଁ ବହୁ ନିଷ୍ପତ୍ତି ନିଆଯିବ । ସେହିପରି ଆଗାମୀ ୧୪ ତାରିଖରେ ଆୟୋଜନ ହେବ ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.