ରାୟଗଡାରେ ପ୍ରତିଷ୍ଠା ହେବ ଆଦିତ୍ୟ ଆଲୁମିନା ରିଫାଇନାରୀ ଓ ପୋଷାକ କାରଖାନା - ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 23, 2023, 8:29 AM IST
Alumina refinery in Odisha: ରାୟଗଡା: ଜିଲ୍ଲାରେ ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ । ରାୟଗଡାରେ ପ୍ରତିଷ୍ଠା ହେବ ଆଦିତ୍ୟ ଆଲୁମିନା ରିଫାଇନାରୀ ଓ ପୋଷାକ କାରଖାନା । ଏହି ଦୁଇଟି ପ୍ରକଳ୍ପ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାୟଗଡାର କଂସାରିଗୁଡା ଠାରେ ଆଲୁମିନା ରିଫାଇନାରୀ ଏବଂ ଫୁଲଜୁବ ଠାରେ ଏକ ପୋଷାକ କାରଖାନା ପ୍ରତିଷ୍ଠା ହେବ । କଂସାରିଗୁଡ଼ାର ଆଲୁମିନା ରିଫାଇନାରୀରେ କମ୍ପାନି ୮,୦୦୦ କୋଟି ଟଙ୍କା ନିବେଶ କରିବ । ଏହା ମାଧ୍ୟମରେ ୪,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ସେହିଭଳି ପୋଷାକ ଉତ୍ପାଦନ ୟୁନିଟ୍ରେ ୧୧୪ କୋଟି ଟଙ୍କା ନିବେଶ କରିବ କମ୍ପାନି । ଏହା ମାଧ୍ୟମରେ 1,000 ଲୋକଙ୍କ ପାଇଁ ରୋଜଗାର ସମ୍ଭାବନା ସୃଷ୍ଟି ହେବ । ଖଣିଜ ପଦାର୍ଥଗୁଡ଼ିକ ପାଇଁ ଦୀର୍ଘମିଆଦୀ ଲିଙ୍କେଜ୍ ନୀତି କାର୍ଯ୍ୟକାରୀ କରିଛି ଓଡ଼ିଶା। ଫଳରେ ନିରନ୍ତର ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟ ନିବେଶକଙ୍କ ପସନ୍ଦର ସ୍ଥଳ ଭାବେ ନିଜକୁ ଅବସ୍ଥାପିତ କରିପାରିଛି । ତେବେ ଗତକାଲିର ଏହି କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ, ପଛୁଆବର୍ଗ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲାପାଳ ସ୍ଵଧାଦେବ ସିଂ ଏବଂ ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ- ଆଦିତ୍ୟ ଆଲୁମିନା କମ୍ପାନୀରେ ସ୍ଥାନୀୟ ସ୍ଥାୟୀ ନିଯୁକ୍ତି ଦାବି
ଇଟିଭି ଭାରତ, ରାୟଗଡା