thumbnail

By

Published : Aug 15, 2023, 2:22 PM IST

ETV Bharat / Videos

ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ: ମିଶନ ଶକ୍ତି ମାଆମାନଙ୍କ ରୂପାନ୍ତରଣର ଇଞ୍ଜିନ ହୋଇଛି

ଭୁବନେଶ୍ବର: ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି  । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ଅର୍ଥନୀତି ସମୃଦ୍ଧ ହୋଇଛି  । ଏବେ ଓଡ଼ିଶାକୁ ଲକ୍ଷ ଲକ୍ଷ ଟଙ୍କାର ପୁଞ୍ଜି ଆସୁଛି । ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି । ଯୁବକମାନଙ୍କ ପାଇଁ ନିଯୁକ୍ତର ବିପୁଳ ସୁଯୋଗ ଆସିଛି । ନୂଆ ଓଡ଼ିଶା ଯୋଜନାରେ ବର୍ଷରୁ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ । ବ୍ୟାଙ୍କ୍‌ ନଥିବା ୩ ହଜାର ୩୭୩ ପଞ୍ଚାୟତରେ ବ୍ୟାଙ୍କିଂ ଆଉଟ୍‌ଲେଟ୍ ଖୋଲିବ  । ଏହାଦ୍ବାରା ଏସବୁ ପଞ୍ଚାୟତରେ ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ମିଳିପାରିବ । ଚାଷୀର ସ୍ବାସ୍ଥ୍ୟ ସବୁବେଳେ ଫୋକସ୍ ହୋଇ ରହିଛି । ଚାଷୀମାନଙ୍କର ଫସଲ ବୀମା ଦାୟିତ୍ଵ ଏବେ ରାଜ୍ୟ ସରକାର ନେଇଛନ୍ତି ।  

ଏହାମଧ୍ୟ ପଢନ୍ତୁ: ବାଲେଶ୍ବରରେ 77ତମ ସ୍ବାଧୀନତା ଦିବସ ପାଳିତ: ଉଡ଼ିଲା ତ୍ରିରଙ୍ଗା, ବଖାଣିଲା ଦେଶ ପ୍ରେମର ଗାଥା

ମଧୁବାବୁ ପେନ୍‌ସନ ଯୋଜନାରେ ନିକଟରେ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି । ଆଜିଠାରୁ ନୂଆ ହିତାଧିକାରୀମାନେ ପେନ୍‌ସନ୍‌ ପାଇବେ । ମିଶନ ଶକ୍ତି ମାଆମାନଙ୍କର ରୂପାନ୍ତରଣର ଇଞ୍ଜିନ ହୋଇଛି  । ସେମାନେ ଏବେ ବିକାଶର ପରବର୍ତ୍ତୀ ସ୍ତରରେ ପହଞ୍ଚିଛନ୍ତି । ମାଆମାନଙ୍କର ସଶକ୍ତିକରଣ ଓଡ଼ିଶାର ସଶକ୍ତିକରଣ  । ଗରୀବ, ଚାଷୀ, ମହିଳା, ଜନଜାତିଙ୍କୁ ନେଇ ଆଗକୁ ବଢିବା । ଏକ ସମୃଦ୍ଧ ଓ ରୂପାନ୍ତରିତ ଓଡ଼ିଶା ପାଇ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି  ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.