ସରିଲା ପୋଖରୀଗାଁ ମହୋତ୍ସବ, ଶେଷ ସନ୍ଧ୍ୟାରେ ମନମୋହିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ - ପୋଖରୀଗାଁ ମହୋତ୍ସବ

🎬 Watch Now: Feature Video

thumbnail

By

Published : Apr 12, 2023, 2:04 PM IST

ନିଆଳି: ଉଦଯାପିତ ହେଲା ନିଆଳି ବ୍ଲକର ପୋଖରୀଗାଁ ମହୋତ୍ସବ । ତିନିଦିନ ଧରି ଏହି ମହୋତ୍ସବ ଆୟୋଜିତ ହେଉଥିବା ବେଳେ ଗତକାଲି ଶେଷ ହୋଇଛି । ଶେଷ ସଂଧ୍ୟାରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ଅଭିନେତା ଅଶ୍ରୁମୋଚନ ମହାନ୍ତି, କମେଡିଆନ ନାଲି ଆମ୍ବ ଏବଂ ଦୈlଡରାଣୀ ଦୂତି ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମୁଲେ ଦର୍ଶକ । ମହୋତ୍ସବ ଆରମ୍ଭରୁ ଅତିଥି ଭାବେ ଦୈlଡରାଣୀ ଦୂତି ଚାନ୍ଦ, ବିଜେପିର ବରିଷ୍ଠ ନେତା ଠାକୁର ରଞ୍ଜିତ ଦାଶ, ରାଜେନ୍ଦ୍ର କୁମାର ପଣ୍ଡା, ଛବି ମଲ୍ଲିକ, ରଶ୍ମି ରେଖା ଦାସ ଏବଂ କମିଶନରେଟ ପୋଲିସ ଏସପି ବିଷ୍ଣୁ ଚରଣ ପାତ୍ର, ଟୁଡୁନ ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ଯକ୍ଷା ଡଃ ବନ୍ଦନା ହରିଚନ୍ଦନ ଏବଂ ଲିଟୁ ବିଶ୍ବାଳ ପ୍ରମୁଖ ଯୋଗଦେଇ ପୋଖରୀ ଗାଁ ମହୋତ୍ସବକୁ ଭୁରି ଭୁରି ପ୍ରଶଂସା କରୁଥିଲେ। ଦୌଡରାଣୀ ଦୂତି ଚାନ୍ଦ ତାଙ୍କର ସଂଘର୍ଷ ମୟ ଜୀବନି ଉପରେ ଅନେକ କଥା କହି ଅନ୍ୟ ମାନଙ୍କ ପାଇଁ ମାଗଦର୍ଶକ ସାଜିଥିଲେ।

ଇଟିଭି ଭାରତ, ନିଆଳି 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.