ରେଶମ ସହରରେ ଧୁମଧାମରେ ପାଳିତ ହେଲା ବଡଦିନ - କ୍ରିସ୍ମାସ୍ କ୍ୟାଣ୍ଡାଲ
🎬 Watch Now: Feature Video
Published : Dec 25, 2023, 10:30 PM IST
ବ୍ରହ୍ମପୁର : ରେଶମ ସହର ବ୍ରହ୍ମପୁରରେ ଧୂମଧାମରେ ପାଳିତ ହୋଇଛି ବଡ଼ଦିନ । ଗତକାଲି ରାତ୍ରିରେ ଯୀଶୁଙ୍କ ଧରାବତରଣ ପରେ ସହରର ବିଭିନ୍ନ ଚର୍ଚ୍ଚରେ ଲାଗିରହିଛି ସ୍ବତନ୍ତ୍ର ପ୍ରାର୍ଥନା ସହିତ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଉତ୍ସବ । ସହରର ଚର୍ଚ୍ଚ ପରିସରରେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମଧ୍ୟରେ ଦିନତମାମ ଦେଖିବାକୁ ମିଳିଥିଲା ଆନନ୍ଦ ଉଲ୍ଲାସ । ସମସ୍ତଙ୍କ ମଧ୍ୟରେ ପ୍ରେମ ,ଆନନ୍ଦ ଏବଂ ଭାଇଚାରାର ବାର୍ତା ପ୍ରଚାର ପ୍ରସାର କରାଯାଇଥିଲା ।
ସହରର ସମସ୍ତ ଚର୍ଚ୍ଚରେ ଏହି ଅବସରରେ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପକ୍ଷରୁ ଏକତ୍ରିତ ହୋଇ ପୂର୍ବସୂଚୀ ଅନୁସାରେ ବିଭିନ୍ନ ଧର୍ମୀୟ ସଭା ଓ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସହରର ପୁରୁଣା ବସଷ୍ଟାଣ୍ଡ ସ୍ଥିତ କୁଇନ୍ ଅଫ୍ ଦି ମିଶନ୍ କ୍ୟାଥେଲିକ୍ ଚର୍ଚ୍ଚ, ତେଲୁଗୁ ବାପଟିଷ୍ଟ୍ ଚର୍ଜ, ସେଣ୍ଟ୍ ଷ୍ଟିଫେନ୍ ଚର୍ଚ୍ଚ, ଗିରି ରୋଡସ୍ଥିତ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନ ଅବସରରେ ବଡ଼ ଦିନ ପାଳନ କରାଯାଇଥିବା ।
ଏହା ମଧ୍ୟ ପଢନ୍ତୁ ... ଆଜି ପବିତ୍ର ବଡ଼ ଦିନ, ଚର୍ଚ୍ଚରେ ପ୍ରବଳ ଭିଡ
ଏହି ଅବସରରେ ଚର୍ଚ୍ଚରେ କ୍ରିସ୍ମାସ୍ ଟ୍ରି ସାଙ୍ଗକୁ ଷ୍ଟାର୍ ଏବଂ କ୍ରିସ୍ମାସ୍ କ୍ୟାଣ୍ଡାଲ ଓ ପୋଷ୍ଟର ବେଶ ଆକର୍ଷଣ ରହିଥିଲା । ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ଅବସରରେ ତାଙ୍କ ସ୍ମୃତିରେ ରାତି ଉଜାଗର ଠାରୁ ଦିନତମାମ ଦିବ୍ୟ ଯଜ୍ଞ ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଚର୍ଚ୍ଚର ବିଶୋପ୍ ଏବଂ ଧର୍ମଯାଜକ ମାନେ ଖ୍ରୀଷ୍ଟଧର୍ମର ଲୋକ ଏବଂ ବିଶ୍ଵର ମଙ୍ଗଳ ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ।
ଇଟିଭି ଭାରତ, ବ୍ରହ୍ମପୁର