ETV Bharat / state

ଚାଷୀଙ୍କୁ ହଇରାଣ କଲେ କଡା କାର୍ଯ୍ୟାନୁଷ୍ଠାନ, ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ - WARNING TO INSURANCE COMPANIES

ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ ବୀମା କମ୍ପାନୀ । ଟାଳଟୁଳ ନୀତି ଦେଖାଇଲେ ସରକାର ନେବେ କଡା ଆକ୍ସନ । ରୋକଠୋକ ଶୁଣାଇଦେଲେ ରାଜସ୍ବ ମନ୍ତ୍ରୀ ।

ଚାଷୀଙ୍କୁ ହଇରାଣ କଲେ କଡା କାର୍ଯ୍ୟାନୁଷ୍ଠାନ, ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ
ଚାଷୀଙ୍କୁ ହଇରାଣ କଲେ କଡା କାର୍ଯ୍ୟାନୁଷ୍ଠାନ, ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ (ETV Bharat Odisha)
author img

By ETV Bharat Odisha Team

Published : Dec 26, 2024, 7:46 PM IST

ଭୁବନେଶ୍ବର: ଅଦିନିଆ ବର୍ଷା, ବନ୍ୟା ଓ ବାତ୍ୟାରେ ଫସଲ ଉଜୁଡିଥିବା ସମୟରେ ବୀମା କମ୍ପାନୀମାନେ କୃଷକଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ୍‌ । ଅମଳ ନଷ୍ଟ ସମୟ ବୀମା ଯୋଜନାର ଲାଭ ଉଠାଇବା ସମୟ ନୁହେଁ । ଯଦି କୌଣସି କମ୍ପାନୀ ସରକାରୀ ନିର୍ଦ୍ଦେଶାବଳୀ ବାହାରକୁ ଯାଇ ଚାଷୀଙ୍କ ପ୍ରତି ଟାଳଟୁଳ ନୀତି ଗ୍ରହଣ କରନ୍ତି, ତେବେ ସରକାର ମଧ୍ୟ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବେ ନାହିଁ । ବୀମା କମ୍ପାନୀଗୁଡିକୁ ଏପରି ଖୋଲା ଭାଷାରେ ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

  • କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,‘‘ ରାଜ୍ୟର ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଯାହାଫଳରେ ମଣ୍ଡି ଖୋଲିବା ତାରିଖ ମଧ୍ୟ ଘୁଞ୍ଚାଇବାକୁ ବାଧ୍ୟ ହେବାକୁ ପଡୁଛି । ପରିସ୍ଥିତିକୁ ନଜରରେ ରଖି ପୁଣି ଥରେ ମଣ୍ଡି ଖୋଲିବା ସୂଚୀ ପ୍ରକାଶ ହେବ । ଲଗାତାର ବର୍ଷା ଯୋଗୁଁ ଏଯାଏଁ କ୍ଷୟକ୍ଷତି ଆକଳନ ହୋଇନି । କୃଷି ବିଭାଗ ସହ ଆଲୋଚନା ହୋଇଛି । ଏହି ପ୍ରକ୍ରିୟାରେ ସମବାୟ ବିଭାଗର ବି ଭୂମିକା ଅଛି । ଆସନ୍ତା 28 ତାରିଖରେ ରାଜସ୍ୱ, କୃଷି ଓ ସମବାୟ ବିଭାଗ ସହ ଅନ୍ୟ ବିଭାଗ ବୈଠକ ରହିଛି । କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ଯଦି କି’ଏ ସର୍ଭେରୁ ବାଦ ପଡ଼ିଥିବେ, ତାହେଲେ ରାଜସ୍ବ ବିଭାଗ ନିକଟରେ ଅଭିଯୋଗ ବି କରିପାରିବେ । ସରକାର ଅତିସମ୍ବେଦନଶୀଳତା ସହ ସ୍ଥିତି ଉପରେ ନଜର ରଖିଛନ୍ତି । ମନ୍ତ୍ରୀ-ବିଧାୟକମାନେ ଗ୍ରାଉଣ୍ଡରେ ଅଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ମୋହନ ସରକାର ଅତି ସମ୍ବେଦନଶୀଳ ।’’

ଚାଷୀଙ୍କୁ ହଇରାଣ କଲେ କଡା କାର୍ଯ୍ୟାନୁଷ୍ଠାନ, ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ (ETV Bharat Odisha)
  • ଲାଭଖୋର ମନବୃତ୍ତି ନୁହେଁ ବରଂ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହୁଅ:- ରାଜସ୍ବ ମନ୍ତ୍ରୀ

ଫସଲବୀମା ନେଇ ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି,‘‘ ଚାଷୀଙ୍କୁ ହଇରାଣ କଲେ କିମ୍ବା ଟାଳଟୁଳ ନୀତି ଗ୍ରହଣ କଲେ କଡା ଆକ୍ସନ ନେବେ ସରକାର । ଫସଲବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ । ଏସମୟରେ ବୀମା କମ୍ପାନୀମାନେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ୍‌ । 24 ତାରିଖ ଯାଏ 20 ହଜାରରୁ ଅଧିକ ଚାଷୀ ବୀମା ପାଇଁ ଆବେଦନ କରି ସାରିଲେଣି । ସେମାନଙ୍କୁ ବୀମା ପ୍ରଦାନ ନେଇ ବୀମା କମ୍ପାନୀ ଗୁଡିକ ଆଇନ୍‌ ଅନୁଯାୟୀ କାମ କରିବା ଦରକାର । ପୂର୍ବ ଭଳି ଆଇନ ବାହାରକୁ ଯିବାକୁ ଚେଷ୍ଟା କଲେ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି ସେମାନଙ୍କୁ ଲାଇନକୁ ଆଣିବାକୁ ।’’

ଏହା ମଧ୍ୟ ପଢନ୍ତୁ-ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଲା ଅଦିନିଆ ବର୍ଷା, ପାଣିରେ ଭାସୁଛି ବର୍ଷକର ଦାନା - RAIN DAMAGE PADDY CROP

ଏହା ବି ପଢନ୍ତୁ...ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲା ବର୍ଷା, ପାଣିରେ ଭିଜୁଛି ବର୍ଷକର ଫସଲ - CROP DAMAGE

ଏହା ମଧ୍ୟ ପଢନ୍ତୁ:- ବଦଳୁଛି ପାଗ, ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ଆଲର୍ଟ - ODISHA WEATHER

  • FAQ ମାନ କୋହଳ ସମ୍ପର୍କରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ: ଯୋଗାଣ ମନ୍ତ୍ରୀ

ସେହିପରି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି,‘‘ FAQ ମାନ ଉପରେ ସମ୍ପୂର୍ଣ୍ଣ ବୁଝାମଣା କରିହେବନି । କାହିଁକି ନା ‘ଏଫସିଆଇ’ ଚାଉଳ ନେବନି । ଫଳରେ ତାହା ପଡିରହି ନଷ୍ଟ ହେବ । ଏହି ପ୍ରକ୍ରିୟାରେ କେତେ କୋହଳ କରିହେବ, ସେ ସମ୍ପର୍କରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ । ଯେଉଁମାନଙ୍କର କ୍ଷତି ହୋଇଛି, ସେମାନେ କ୍ଷତିପୂରଣ ପାଇବେ । ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । FAQ ମାନରେ ସ୍ଥିତି ଦେଖି ଯଥାସମ୍ଭବ କୋହଳ କରନ୍ତୁ, କିନ୍ତୁ ଚାଷୀଙ୍କୁ ଫେରାନ୍ତୁ ନାହିଁ । ଧାନ ପୂରା ନଷ୍ଟ ହେଇଥିଲେ ନେଇ ହେବନି । ଜିଲ୍ଲା ସ୍ତରରେ ଚାଷୀ, ମିଲର, ପ୍ରଶାସନ ମିଳିତ ଭାବେ ଏନେଇ ନିଷ୍ପତ୍ତି ନେବେ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.