ସାତପଡ଼ା ଚିଲିକା ଜଳ ରାଶିରେ ଅଘଟଣ, ଡଙ୍ଗା ଚାଳକ ନିଖୋଜ - ଡଙ୍ଗା ଚାଳକ ଚିଲିକା ଜଳ ରାଶିରେ ପଡି ନିଖୋଜ
🎬 Watch Now: Feature Video


Published : Oct 25, 2023, 10:31 PM IST
ପୁରୀ: ସାତପଡ଼ା ଚିଲିକା ଜଳ ରାଶିରେ ଅଘଟଣ । ଡଙ୍ଗାରେ ପର୍ଯ୍ୟଟକଙ୍କୁ ବୁଲେଇ ନେଇଥିବା ଡଙ୍ଗା ଚାଳକ ଚିଲିକା ଜଳ ରାଶିରେ ପଡି ନିଖୋଜ ନିଖୋଜ ଡଙ୍ଗା ଚାଳକ ସାତପଡ଼ା ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ବିକ୍ରମ ଜାଲି ବୋଲି ଜଣାପଡିଛି । ଆଜି ସେ 5 ଜଣ ପର୍ଯ୍ୟଟକଙ୍କୁ ନେଇ ଚିଲିକାରେ ଡଲଫିନ ଦେଖାଇବା ପାଇଁ ବାହାରିଥିଲେ । ତେବେ ଚିଲିକାର ମଗରମୁହଁ ନିକଟରେ କୌଣସି କାରଣ ନେଇ ଡଙ୍ଗା ଚାଳକ ଚିଲିକା ଜଳ ରାଶିରେ ଖସି ପଡ଼ିଥିଲେ । ଚାଳକ ଜଳ ରାଶିରେ ପଡିଯିବାରୁ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଡଙ୍ଗାରେ ରହି ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଥିଲେ । ସେହି ନିକଟରେ ଥିବା କିଛି ଡଙ୍ଗା ଚାଳକ ପର୍ଯ୍ୟଟକଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ଏହା ପରେ ପୋଲିସକୁ ଖବର ଦିଆଯିବା ପରେ ଅଗ୍ନିଶମ ବାହିନୀ ସହାୟତାରେ ଖୋଜାଖୋଜି କରାଯାଇଥିଲା । ତେବେ ନିଖୋଜ ଡଙ୍ଗା ଚାଳକଙ୍କ କିଛି ସନ୍ଧାନ ମିଳିପାରିନାହିଁ ।
ଏହା ମଧ୍ୟ ପଢନ୍ତୁ...ଚିଲିକା ମଝିରେ ବଜ୍ରାଘାତ, ଅକାଳରେ ଚାଲିଗଲା ବାପ ପୁଅଙ୍କ ଜୀବନ
ଇଟିଭି ଭାରତ, ପୁରୀ