ହକ ପାଇଁ ଧାରଣାରେ ଅଙ୍ଗନବାଡି କର୍ମୀ, ମୁଖ୍ୟମନ୍ତ୍ରୀଙ୍କୁ କୁନି ପୁଅର ନିବେଦନ - ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କୁନି ପୁଅ ଅବିନାଶ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17034776-thumbnail-3x2-hjtyh.jpg)
ଖୋର୍ଦ୍ଧା: "ନବୀନବାବୁ... ଆମ ଅଙ୍ଗନବାଡି ଦିଦିଙ୍କ କଥା ଶୁଣନ୍ତୁ । 5 ଦିନ ହେଲାଣି ଅଙ୍ଗନବାଡି ଯାଇପାରୁନୁ କି ପାଠ ମଧ୍ୟ ପଢି ପାରୁନାହୁଁ । ଆପଣ ଆମ ଦିଦି କଥା ଶୁଣନ୍ତୁ ।" ଖନେଇ ଖନେଇ ନିଜ କୁନି ଓଠରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ତିନି ବର୍ଷୀୟ କୁନି ପୁଅ ଅବିନାଶ ପଣ୍ଡା । ଅଙ୍ଗନବାଡି କର୍ମୀ ନିଜ ହକ ପାଇଁ ଶୀତ କାକରରେ ଭୁବନେଶ୍ଵରର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି । ଫଳରେ ପିଲାଙ୍କ ପାଠ ପଢାରେ ବାଧା ସୃଷ୍ଟି ହୋଇଛି । ତେଣୁ ସେମାନଙ୍କ ଦାବି ପୂରଣ କରିବାକୁ ଅବିନାଶ ପଣ୍ଡା ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
Last Updated : Feb 3, 2023, 8:33 PM IST