thumbnail

ମୁଖ୍ୟ ଶାସନ ସଚିବଙ୍କ ଓଡିଶା ବାୟୋଟେକ ପାର୍କ ପରିଦର୍ଶନ

By

Published : Aug 19, 2023, 7:27 AM IST

ଭୁବନେଶ୍ବର: ଭୁବନେଶ୍ୱର ଅନ୍ଧାରୁଆସ୍ଥିତ ଓଡିଶା ବାୟୋଟେକ ପାର୍କ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ସେଠାରେ ଅତ୍ୟାଧୁନିକ ଶୈଳୀରେ ଉତ୍ପାଦନ ହେବାକୁ ଥିବା ଔଷଧର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରସ୍ତୁତି ପ୍ରଣାଳୀର ସେ ଅନୁଧ୍ୟାନ କରିଛନ୍ତି । ଏଥିସହ ପାର୍କର ଅଧିକ ବିକାଶ ନେଇ ରହିଥିବା ବିଭିନ୍ନ ଆବଶ୍ୟକତା ସଂପର୍କରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ଓଡ଼ିଶାରେ ବାୟୋଟେକ୍ନୋଲୋଜି ଏବଂ ଜୈବ-ସୂଚନା ପ୍ରଯୁକ୍ତି ଶିଳ୍ପକୁ ଆନୁଷଙ୍ଗିକ ସୁବିଧା ସହିତ ଆକୃଷ୍ଟ ଓ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏହା ଏକ ସମନ୍ୱିତ ଶିଳ୍ପ ପାର୍କ । ରାଜ୍ୟ ସରକାରଙ୍କ ଇଡକୋ ଦ୍ୱାରା ଦୀର୍ଘମିଆଦୀ ଲିଜ ସୂତ୍ରରେ ଓଡ଼ିଶା ବାୟୋଟେକ ପାର୍କ ପ୍ରାଇଭେଟ ଲିମିଟେଡ ବା ଓବିପିପିଏଲକୁ ପ୍ରଦତ୍ତ ହୋଇଛି ଜମି । ଏହି ଜମିରେ ପାର୍କରେ ସ୍ଥାପିତ ପ୍ରକଳ୍ପରେ ହାଇଦ୍ରାବାଦର ସାପିଜେନ ବାୟୋଲୋଜିକ୍ସ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ମ୍ୟାଲେରିଆ, ନାଜାଲ କରୋନା ଭ୍ୟାକ୍ସିନ ଆଦି ଔଷଧ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଏଠାରେ ଅତ୍ୟାଧୁନିକ ଶୈଳୀରେ ଉତ୍ପାଦନ ହେବାକୁ ଥିବା ଔଷଧର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଛନ୍ତି  ମୁଖ୍ୟ ଶାସନ ସଚିବ ।  

 ଏହା ମଧ୍ୟ ପଢନ୍ତୁ-Nutana Unnata Abhilasha Scheme: ‘ନୂଆ ଓଡିଶା’କୁ କ୍ୟାବିନେଟ ମୋହର, ଜାଣନ୍ତୁ କଣ ଏହି ଯୋଜନା

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.